Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ବେଗୁନିଆରୁ ନିର୍ବାଚନ ଲଢ଼ିବେ ନାହିଁ ପୃଥ୍ଵୀବଲ୍ଲଭ: ନିରଞ୍ଜନ ପଟ୍ଟନାୟକ

ବେଗୁନିଆରୁ ନିର୍ବାଚନ ଲଢ଼ିବେ ନାହିଁ ପୃଥ୍ଵୀବଲ୍ଲଭ: ନିରଞ୍ଜନ ପଟ୍ଟନାୟକ

503
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବାକୁ ପୃଥ୍ଵୀବଲ୍ଲଭ ପଟ୍ଟନାୟକ ଅନିଚ୍ଛା ପ୍ରକାଶ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ଵୀବଲ୍ଲଭ ଏଥର ବେଗୁନିଆ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।ପି.ସି.ସି ସଭାପତି କହିଛନ୍ତି ଯେ ପୂର୍ବରୁ ପୃଥ୍ଵୀବଲ୍ଲଭ ନିର୍ବାଚନ ଲଢ଼ିବେ ବୋଲି ଇଚ୍ଛୁକ ଥିଲେ।  ସେଥିପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏ.ଆଇ.ସି.ସି) ତାଙ୍କ ନା ଘୋଷଣା କରିଥିଲେ।  କିନ୍ତୁ ଏବେ ସେ ବ୍ୟକ୍ତିଗତ କାରଣରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଜଣାଇଛନ୍ତି।

Advertisement