ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକ ଶିହଳାରେ ବିଜେଡିର ପଦଯାତ୍ରା ସହ ଶତାଧିକ ମହିଳାଙ୍କ ଶକ୍ତି ପ୍ରଦର୍ଶନ l

କୁକୁଡାଖଣ୍ଡି ବ୍ଲକ ଶିହଳାରେ ବିଜେଡିର ପଦଯାତ୍ରା ସହ ଶତାଧିକ ମହିଳାଙ୍କ ଶକ୍ତି ପ୍ରଦର୍ଶନ l

138
ADVERTISEMENT

କୁକୁଡାଖଣ୍ଡି,୨୮/୧୦(ଇ ରଞ୍ଜନ):-ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଧେଶ କ୍ରମେ ଶୁକ୍ରବାର କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତରେ ବ୍ଲକ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପଦଯାତ୍ରା ଶିହଳା ସମିତିସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ରଙ୍କ ତତ୍ୱାବଧାନତାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଶତାଧିକ ମହିଳା ଏକ ବିଶାଳ ପଦଯାତ୍ରା ଆୟୋଜନ କରି ଟାମଣା,ମେଦିନୀପୂର,ସିଙ୍ଗାବାଡି, ଶିହଳା, ଜୁଗୁଡ଼ି ଗ୍ରାମ ପରିକ୍ରମା କରିଥିଲେ l ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା, ସରପଞ୍ଚ କୁନି ପାତ୍ର, ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ,କୈଲାଶ ବିଶୋଇ,ସୀତାରାମ ସାହୁ,ସନ୍ତୋଷ ଚୌଧୁରୀ,କେ. ମଣିବାବୁ,ସାରଥୀ ଗୌଡ଼,,ନିରଞ୍ଜନ ମହାନ୍ତି,ରାଧା ମୋହନ ସେଠି,ପୁଷ୍ପାଞ୍ଜଳି ଗୌଡ଼,ବାବୁଲା ସାହୁ, ଶିହଳା ପଞ୍ଚାୟତ ବିଜେଡି ସଭାପତି ରାଜେନ୍ଦ୍ର ଗୌଡ଼, ଶଙ୍କର ଗୌଡ଼,ବନ୍ଦନା ସେଠି, କ୍ରାନ୍ତି କୁମାରୀ, ସୁକାନ୍ତ ଶାସମଲ, ସୁରେଶ ସେଠି, ବିପ୍ରଚରଣ ନାୟକଙ୍କ ସହ ଶତାଧିକ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେl

Advertisement