ADVERTISEMENT
Home ଆଞ୍ଚଳିକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ସରପଞ୍ଚ l

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ସରପଞ୍ଚ l

2
ADVERTISEMENT

କୁକୁଡ଼ାଖଣ୍ଡି,୦୪/୧୦(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ବରପଲ୍ଲୀ ଗୁରୁଣ୍ଠି ମଧ୍ୟଭାଗରେ ଥିବା ଶିଳ୍ପ ପାର୍କ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ପରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ନିଦ ହଜିଯାଇଛି।ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି ସ୍ଥାନୀୟ ନେତୃବୃନ୍ଦ। ପ୍ରଥମ ଦିନରୁ ହୁଗୁଳାପଟ୍ଟା ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ମଲାଶ ଏବଂ ପୂର୍ବତନ ପଞ୍ଚାୟତ ଉର୍ଣ୍ଣୟନ କମିଟି ସଭାପତି କେ.ନରସିଂହ ପାତ୍ର ନିଜ ଉଦ୍ୟମ ଜାରି ରଖିଛନ୍ତି। ଆଜି ସେମାନେ ଗ୍ରାମର ବିଭିନ୍ନ ସହଯୋଗୀଙ୍କ ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉଭୟ ପରିବାରର ଘରକୁ ଯାଇ ସହଯୋଗର ହାତ ବଢାଇବା ନିମନ୍ତେ ଆଲୋଚନା କରିଥିଲେ। ପରିବାରର ସମସ୍ୟା ବୁଝିବା ସହ ଗଭୀର ଦୁଃଖ ପ୍ରକାଶ କରି ଆର୍ଥିକ ସହାୟତା ସହ ଦୁର୍ଘଟଣା ଜନିତ ସରକାରୀ ବୀମା ଟଙ୍କା ଫେରିପାଇବା ବ୍ୟବସ୍ଥାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହି ଗସ୍ତ ବେଳେ ଗ୍ରାମର ବିଷ୍ଣୁ ପାତ୍ର, ଟି କୃଷ୍ଣା କୁନା ସାହୁ, କୃଷ୍ଣା ଏମ. ଭଗବାନ, ନବୀନ ସ୍ୱାଇଁ ଓ ଅଞ୍ଚଳର ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।

Advertisement