Sunday, September 27, 2026
ADVERTISEMENT
Home ଆଞ୍ଚଳିକ ପାତ୍ରପୁର ବ୍ଲକ ବି.ନୂଆ ଗାଁ ପଂଚାୟତ ଅନ୍ତର୍ଗତ ବି.ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୋତା...

ପାତ୍ରପୁର ବ୍ଲକ ବି.ନୂଆ ଗାଁ ପଂଚାୟତ ଅନ୍ତର୍ଗତ ବି.ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୋତା ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

144
ADVERTISEMENT

ବି.ନୂଆ ଗାଁ,୨୧/୯(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ବି.ନୂଆ ଗାଁ ପଂଚାୟତ ଅନ୍ତର୍ଗତ ବି.ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୋତା ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଭାସ୍କର ବେହେରା ସଭାପତିତ୍ୱ କରିଥିବା ବେଳେ ପାତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ପାଢୀ, ସମ୍ମାନୀତ ଅତିଥି ଭାବେ ସହ ଶିକ୍ଷାଧିକାରୀ ଶ୍ରୀ ପ୍ରଫୁଲ୍ଲ ଚୌଧୁରୀ, ପୂର୍ବତନ ସିଆରସିସି ଶ୍ରୀ ଭେଙ୍କେଟ ରାଓ, ବର୍ତ୍ତମାନ କାର୍ଯ୍ୟରତ ସିଆରସିସି ବାଲ ଗୋବିନ୍ଦ ପଣ୍ଡା, ବିଦ୍ୟାଳୟର ସମସ୍ତ ସଭ୍ୟ ସଭ୍ୟା ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୧୦୭ ଜଣ ପୁଅ ୧୦୦ ଜଣ ଝିଅ ମୋଟ ୨୦୭ ଜଣଙ୍କୁ ଜୋତା ,ପୋଷାକ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ସିମାଂଚଳ ପାତ୍ର ଧନ୍ୟବାଦ ଞାପନ କରିଥିଲେ । ଶିକ୍ଷକ ଶ୍ରୀ ମୋହନ ଶବର,ପ୍ରଶାନ୍ତ କୁମାର ହେମ୍ରମ,ମେଘନାଦ ବେହେରା, ଶିକ୍ଷୟତ୍ରୀ ପୁଷ୍ପଲତା ରେଡ୍ଡୀ,ପ୍ରମିଳା କୁମାରୀ ଦେବୀ ଓ ବିଦ୍ୟାଳୟର ମନ୍ତ୍ରୀମଣ୍ଡଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Advertisement