ନିଜ ଅଞ୍ଚଳ ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ l

13
ADVERTISEMENT

କୁକୁଡାଖଣ୍ଡି,୨୦/୯(ଇ .ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନ ମଣ୍ଡଳୀ ୫ ଟି ପଞ୍ଚାୟତ ଥିବା ବେଳେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀ ବହୁ ବିଳମ୍ବରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟ୍ଟା,ଗୁରୁଣ୍ଠି ପଞ୍ଚାୟତ ତାଙ୍କ ସମର୍ଥକଙ୍କ ନିମନ୍ତ୍ରଣ ରକ୍ଷା କରି ଗ୍ରସ୍ତ କରିଥିଲେ l ହୁଗୁଳାପଟ୍ଟାରେ ତାଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଗ୍ରାମ ଗ୍ରାମପରିକ୍ରମା କରିଥିଲେ l ଏହି ପରିକ୍ରମା ବେଳେ ରାସ୍ତା ଓ ଲୋକଙ୍କ ମୌଳିକ ସମସ୍ୟା ରୁ ବଞ୍ଚିତ ଥିବା ରୁ ବିଧାୟକ କ୍ଷବ ପ୍ରକାଶ କରିଥିଲେ l ସେ ଗ୍ରାମର ନର୍ସିଙ୍ଗ ମନ୍ଦିରରେ ଯୋଗଦାନ କରି ତାଙ୍କ ସହ ରାଜ୍ୟସରକାର ନେଇ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ଲୋକଙ୍କୁ ଅବଗତ କରିବା ସହ ତାଙ୍କ ଅଞ୍ଚଳ ଉପରେ ବର୍ତ୍ତମାନ ତୀକ୍ଷ୍ଣ ନଜର ରଖିବେ ବୋଲି ପଞ୍ଚାୟତ ବାସିଙ୍କୁ ପ୍ରତିଶୃତି ଦେଇଥିଲେ l ତା ସହ ଗ୍ରାମବାସି ଙ୍କ କିଛି ପ୍ରତିଶୃତି କୁ ପାଳନ କରିବା ନିମନ୍ତେ କହିଥିଲେ l ଗ୍ରାମର ଶଙ୍କର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଦୃଘଟଣା ରେ ତାଙ୍କ ଗଡ଼ ୩ ବର୍ଷ ଧରି ହରାଇ ଚାଲିବୁଲି କରି ପାରୁନଥିବା ବେଳେ ତାଙ୍କୁ କୌଣସି ସରକାରୀ ଭତ୍ତା କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ନେଇ ଡ଼ଃ ପାଣିଗ୍ରାହୀ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଉପରେ କ୍ଷବ ପ୍ରକାଶ କରିଥିଲେ l ସେହିପରି ଗୁରୁଣ୍ଠି ରେ ବିଶ୍ୱକର୍ମା ମନ୍ଦିର ଯାଇ ପୂଜାଅର୍ଚନା କରି ନିଜ ସମର୍ଥକ ଙ୍କ ସହ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ସମର୍ଥକ ମାନେ ଯୋଗଦେଇଥିଲେ l ସୁଦାମ ସ୍ୱାଇଁ, କେଶବ ବେହେରା, ଏମ. ବିସିକେଶନ, ଏମ. ସୁଶାନ୍ତ, ଶେଷଦେବ ନାୟକ, ଟୁଟୁ ନାୟକ, କେ ରାମପାତ୍ର, ପୂର୍ବତନ ସରପଞ୍ଚ ପରମାନନ୍ଦ ସାହୁ ସମେତ ବହୁ ଲୋକ କାର୍ଯ୍ୟକ୍ରମ ରେ ଯୋଗଦେଇ ଉପଡ଼କନ ଦେଇ ସମ୍ବର୍ଦ୍ଧନା କରିଥିଲେ l

Advertisement