Thursday, September 24, 2026
ADVERTISEMENT
Home ଆଞ୍ଚଳିକ ମହାପ୍ରଭୁ ଗଜାନନଙ୍କ ଦର୍ଶନ ନିମନ୍ତେ ଆଙ୍କୁଲି ଗସ୍ତ କଲେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର...

ମହାପ୍ରଭୁ ଗଜାନନଙ୍କ ଦର୍ଶନ ନିମନ୍ତେ ଆଙ୍କୁଲି ଗସ୍ତ କଲେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ l

149
ADVERTISEMENT

ବ୍ରହ୍ମପୁର,o୪/୯(ଇ .ରଂଜନ):-ପଶ୍ଚିମେସ୍ୱର ପୁଜା କମିଟିର ନିମନ୍ତ୍ରଣ ରକ୍ଷାକରି ମହାପ୍ରଭୁ ଗଜାନନଙ୍କ ଦର୍ଶନ ନିମନ୍ତେ ଆଜି ଆଙ୍କୁଲି ଗସ୍ତ କରିଛନ୍ତି ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ l ପୁଜା କମିଟିର ମଣ୍ଡପ ନିକଟରେ ପହଂଚିବା ପରେ ପୁଜା କମିଟି ଓ ଅଞ୍ଚଳବାସୀଙ୍କ ତରଫରୁ ତାଙ୍କୁ ପୁଷ୍ପମାଲ୍ୟ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଗ୍ରସ୍ତ କାର୍ଯ୍ୟକ୍ରମ ରେ ପ୍ରବଳ ଜନ ଗହଳିକୁ ଦେଖି ଆଙ୍କୁଲି ଗ୍ରାମର ସମସ୍ତ ଜନସାଧାରଣଙ୍କୁ ସେ ଧନ୍ୟବାଦ ଦେବା ସହିତ ଲୋକଙ୍କ ଭଲ ପାଇବାକୁ ବେଶ ପ୍ରଶଂସା କରି ଥିଲେ ତାଙ୍କ ପ୍ରତି ହେଉ କିମ୍ବା ଅନ୍ୟ କୌଣସି ଲୋକଙ୍କ ପ୍ରତି ବିରୋଧୀ ସଠିକ ଢଙ୍ଗ ରେ ବିରୋଧ କରିବା ଉଚିତ ବିରୋଧ ନଥିଲେ ଗଣତନ୍ତ୍ର ରାଷ୍ଟ୍ରରେ ମଜା ନଥିବା ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀ l ସେଠାରେ ସେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ l ଗସ୍ତକୁ ଦେଖି ବିରୋଧୀ ଗୋଷ୍ଠୀ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରନ୍ତି ସେଥି ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ବିଧାୟକଙ୍କ ଗସ୍ତ ସମୟରେ ମଣ୍ଡପ ନିକଟରେ କେ. ଅନିଲ ନାୟକ, ରବି ଶଙ୍କର ନାହାକ, ମୃତୁଞ୍ଜୟ ପ୍ରଧାନଙ୍କ ସମେତ ପୁଜା କମିଟିର ବହୁ ସଦସ୍ୟ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ l

Advertisement