Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବେଗୁନିଆପଡା ଫାଣ୍ଡିରେ ଆରକ୍ଷୀ ଅଧିକ୍ଷକ ମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳ ବାସି,ବିଧାୟିକା ସହିତ ଜଣାଇଲେ କୃତଜ୍ଞତାl

ବେଗୁନିଆପଡା ଫାଣ୍ଡିରେ ଆରକ୍ଷୀ ଅଧିକ୍ଷକ ମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳ ବାସି,ବିଧାୟିକା ସହିତ ଜଣାଇଲେ କୃତଜ୍ଞତାl

182
ADVERTISEMENT

କୋଦଳା,୩୦/୮(ସୂର୍ଯ୍ୟ ନାରାୟଣ ବଡୁ):-ବେଗୁନିଆପଡା ଫାଣ୍ଡିରୁ ଥାନାକୁ ରୂପାନ୍ତରିତ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ଦିନ ପରେ ସୋମବାର ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ବେଗୁନିଆପଡା ଫାଣ୍ଡିରେ ପହଞ୍ଚିଥିଲେ l ଏସପି ପହଞ୍ଚିବା କ୍ଷଣୀ କୋଦଳା ଥାନା ଅଧିକାରୀ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ !ଅନ୍ୟପଟେ ଫାଣ୍ଡିରୁ ଥାନା ହେବା ଖୁସିରେ ବେଗୁନିଆପଡା ଅଞ୍ଚଳ ବାସି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରିବା ସହିତ କୃତଜ୍ଞତା ଜଣାଇ ଫାଣ୍ଡି ନିକଟକୁ ଆସି ବାଣ ଫୁଟାଇ ମିଷ୍ଟାନ ବଣ୍ଟନ କରିଥିଲେ ! ଏହି ଅବସରରେ ବିଧାୟିକା ଲତିକା ପ୍ରଧାନ ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ଏବଂ ବିଧାନ ସଭାରେ ଏହି ଦାବି ଉପସ୍ଥାପନ କରିଥିବା ବେଳେ ମନ୍ୟବର ମୁଖ୍ୟ ମନ୍ତ୍ରୀ ଆମ୍ଭ ଅନୁରୋଧ ରକ୍ଷ୍ୟାକରୀ ଫାଣ୍ଡିରୁ ଥାନାରେ ପରିଣତ କରିଥିବାରୁ ବେଗୁନିଆପଡା ଅଞ୍ଚଳ ଜନସାଧାରଣଙ୍କ ତରଫରୁ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଥିଲେ !ପରେ ପରେ ଉଭୟେ କିଛି ସମୟ ଆଲୋଚନା କରି ନୂତନ ଥାନା ନିମନ୍ତେ ଜାଗା ଚିହ୍ନଟ କରିଥିଲେ !ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟଖ୍ୟା ରେଣୁ ଗୌଡ଼,ଉପାଧ୍ୟକ୍ଷ୍ୟ ସୁଧାକର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ ଓ ସମସ୍ତ ପଂଚାୟତ ପ୍ରତିନିଧି ଉପସ୍ଥିତ ଥିଲେ l

Advertisement