Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଆମ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ l

ଆମ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ l

146
ADVERTISEMENT

ବ୍ରହ୍ମପୁର,୨୯/୮(ଇ ରଞ୍ଜନ):- ବ୍ରହ୍ମପୁର ଗେଟ ବଜ଼ାର ଗୋଲ୍ଲାପଲ୍ଲୀ ସାହି ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ପାର୍ଟି କାର୍ଯ୍ୟକର୍ତ୍ତାଙ୍କର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାର୍ଟିର ନୂତନ ଭାବେ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନେଇଥିବା ଇଂ. ରୁଚିର ରୁଦ୍ର ରଥ ଅନୁଷ୍ଠାନିକ ଭାବେ ଯୋଗଦେଇ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା କିପରି ସଂଗଠନକୁ ମଜବୁତ କରି ୨୦୨୪ ନିର୍ବାଚନରେ ଲଢେଇ କରି ବିଜୟଲାଭ କରିବ ତାହାର ମତବ୍ୟକ୍ତ କରିଥିଲେ l ଏବଂ ମାସ ୧୮ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ମିଳନୀ କରି ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଜିଲ୍ଲା ଆବାହକ ସୁବାଷ ରାଉତ ସଂଗଠନକୁ ପଂଚାୟତ ସ୍ତରରେ ପହଂଚାଇବା ପାଇଁ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l
ଗଞ୍ଜାମ ଜିଲ୍ଲା ସମ୍ପାଦକତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ମୋଡେଲକୁ ଓଡିଶା ଲୋକେ ମଧ୍ୟ ଚାଁହୁଚନ୍ତି l ତେଣୁ ଗଞ୍ଜାମ ଜିଲ୍ଲାରୁ ଏହି ପାର୍ଟିକୁ ମଜବୁତ କରି ଓଡ଼ିଶାରେ ଆମ ଆଦମୀ ସରକାରକୁ ଆଣିବାକୁ ଅନୁଷ୍ଠାନିକ ଭାବେ ଚେଷ୍ଟା କରିବା ପାଇଁ ଅଣ୍ଟା ଭିଡ଼ିବାକୁ ସାଥୀ ମାନଙ୍କୁ କହିଥିଲେ l ସଭା ମଞ୍ଚରେ ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ, ପି. ମୋନଜ କୁମାର ସମେତ ପଚାଶରୁ ଉର୍ଦ୍ଧ ବିଭିନ୍ନ ବ୍ଲକରୁ ସାଥୀ ଯୋଗଦେଇଥିଲେ l ବୈଠକରେ ଏକ ଚାଳିଶି ଜଣିଆ କମିଟି ଗଠନ କରାଯାଇଥିଲା l

Advertisement