Saturday, September 26, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ଏନଏସିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୮୩ ୟୁନିଟ ରକ୍ତ ସଂଗ୍ରହ l

ପୁରୁଷୋତ୍ତମପୁର ଏନଏସିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୮୩ ୟୁନିଟ ରକ୍ତ ସଂଗ୍ରହ l

155
ADVERTISEMENT

ପୁରୁଷୋତ୍ତମପୁର,୨୯/୮(ସୁଦାମ ମହାରଣା):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ବିଜୁଜନତା ଦଳର ୨୫ ବର୍ଷ ପୂର୍ତ୍ତି ଓ ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୫ତମ ଜନ୍ମ ବାର୍ଷିକ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଖଲ୍ଲିକୋଟ ବ୍ଳକ ଅଧ୍ୟକ୍ଷ ଦଇତାରୀ ବେହେରା,ଜିଲ୍ଲା ବିଜେଡ଼ି ସଂପାଦକ ଜଗନ୍ନାଥ ସାବତ, ପୁରୁଷୋତ୍ତମପୁର ଏନ୍ ଏ ସି ଅଧ୍ୟକ୍ଷା ପ୍ରୀୟଙ୍କା ଗୌଡ଼,ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ,ନଗର ମହିଳା ସଭାନେତ୍ରୀ ଅଞ୍ଜଳି ସାହୁ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, ପ୍ରେମାନନ୍ଦ ସାହୁ, ବାସୁଦେବ ମହାପାତ୍ର,ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା କାଉନସିଲର ଅଶୋକ କୁମାର ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଭାଷ୍କର ବେହେରା, ଅରୁଣ କୁମାର ମହାଙ୍କୁଡ, କେ ପ୍ରମୋଦ ଆଚାରୀ, ଭବାନୀ ନାହକ, ଲିଙ୍ଗରାଜ ବେହେରା, ଅର୍ଚ୍ଚନା ପଣ୍ଡା,ଗିରିଜା ବେହେରା, ଭାଗିରଥି ବେହେରା, ବିପ୍ର ଚରଣ ବେହେରା, ଲୋକନାଥ ବେହେରା, କେ ବାଲେଶ୍ୱର ରାଓ,ଜିଲ୍ଲାପରିଷଦ ରଞ୍ଜିତ ବେହେରା, ସୁନୀଲ କୁମାର ବେହେରା,ନୀଳବେହେରା,ଆଇନ ଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼,ମଧୁ ଗୌଡ଼,ରମେଶ ଗୌଡ଼, ନନ୍ଦନ ବେହେରା, ବଣ୍ଟି ବେହେରା, ଦୀପକ ବେହେରା, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଏହି ରକ୍ତଦାନ ଶିବିରର ରୁ ୮୩ ୟୁନିଟ ରକ୍ତ ସଂଗ୍ରହହୋଇଥିବା ବେଳେ ଭଞ୍ଜନଗର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

Advertisement