Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଇଜିବୟ ସପିଙ୍ଗ ମଲକୁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ସିଲ l

ଇଜିବୟ ସପିଙ୍ଗ ମଲକୁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ସିଲ l

165
ADVERTISEMENT

ବ୍ରହ୍ମପୁର,୧୯/୮(ଇ ରଞ୍ଜନ):-ବ୍ରହ୍ମପୁର ସିଟି ହସ୍ପିଟାଲ ପାର୍ଶ୍ୱରେ ନୂତନ ଭାବେ ଖୋଲାଯାଇଥିବା ଇଜିବୟ ସପିଙ୍ଗ ମଲକୁ ବୁଧବାର ସନ୍ଧ୍ୟାରେ ବିଏମସି ଏବଂ ନଗର ଓ ଗୃହ ଉର୍ଣ୍ଣୟନ ବିଭାଗ ତରଫରୁ ଉକ୍ତ ମଲକୁ ସିଲ କରାଯାଇଛି l ସୂଚନା ମୁତାବକ ଗୃହ ଉର୍ଣ୍ଣୟନ ବିଭାଗ ତରଫରୁ ଏହି ଏହି କୋଠା ନିର୍ମାଣାଧିନ ବେଳେ ପ୍ରଶାସନ ତରଫରୁ ସ୍ୱୀକୃତି ମିଳିନଥିଲା କତୃପକ୍ଷ ମନା କରିଥିଲେ ମଧ୍ୟ କୋଠା ମାଲିକ ଅବମାନନା କରି ବେଆଇନ ଭାବେ କୋଠାକୁ ନିର୍ମାଣ କରିଥିଲେ l ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିତ କରିବା ସ୍ୱତେ ବି ମାଲିକ ଶୁଣିନଥିବା ବିଏମସି ପକ୍ଷରୁ ସୂଚନା l ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ନଗର ଚିକିତ୍ସାଳୟ ଏବଂ ବିଭିନ୍ନ କଲେଜ ଭଳି ଶିକ୍ଷାନୁଷ୍ଠାନ ଥିବାରୁ ସର୍ବଦା ଚଳଚଞ୍ଚଳ ରହିଆସୁଅଛି ଉକ୍ତ ରାସ୍ତାରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା କଷ୍ଟସାଧ୍ୟ ହେଉଥିବା ସହ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ନଜରରେ ରଖି ବିଏମସି ଏବଂ ନଗର ଉର୍ଣ୍ଣୟନ ବିଭାଗ ତରଫରୁ ସପିଙ୍ଗ ମଲକୁ ସିଲ କରାଯାଇଛି l

Advertisement