କୁକୁଡାଖଣ୍ଡି ବ୍ଲକରେ ପାଳନ ହେଲା ସ୍ୱାଧୀନତା ଦିବସର ଅମ୍ବୃତ ମହୋତ୍ସବ l

161
ADVERTISEMENT

କୁକୁଡାଖଣ୍ଡି,୧୫/୮(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ପରିସରରେ ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି l ଜାତୀୟ ତ୍ରିରଙ୍ଗା ପତାକାକୁ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରିଣୀ ଶ୍ରୀମତୀ ପଲ୍ଲବୀ ସ୍ୱାଇଁ ଉଦ୍ଘାଟନ କରି ଆଜିର ସ୍ୱାଧୀନତାର ଦିବସ ଉପରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ଠାରେ ଅମ୍ବୃତ ମହୋତ୍ସବ ଉପରେ ସାଉଁଟିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଦକ୍ଷା ବିଷ୍ନୁପ୍ରିୟା ପାତ୍ର, ବ୍ଲକ ବିଧାୟକ ପ୍ରତିନିଧି ଉଦୟ ବେହେରା, କେ.ମଣିବାବୁ,ଏବିଡିଓ ବିଜୟ କୁମାର ପ୍ରଧାନ,ବିଏସଏସଓ ମୋନଜ କୁମାର ପ୍ରଧାନ,ପ୍ରମୁଖ ଯୋଗଦେଇ ଅମ୍ବୃତ ଉତ୍ସବକୁ ଉତ୍ସାହର ବିଭିନ୍ନ ଦେଶାତ୍ମକ, ଜାତୀୟ ସଂଗୀତ ଗାନ କରି ଉତ୍ସାହର ସହ ପାଳନ କରିଥିଲେ l ଅନ୍ୟ ପକ୍ଷ ରେ ବ୍ଲକରେ ଥିବା କୃଷି ବିଭାଗ ତରଫରୁ ଏହି ଅମ୍ବୃତ ମହୋତ୍ସବକୁ ଗୁରୁତ୍ୱ ଦିଆଯାଇନଥିବା ବେଳେ ତ୍ରିରଙ୍ଗା ପତାକା ଉଡ଼ିନଥିଲା କି କାର୍ଯ୍ୟକ୍ରମରେ ଅଧିକାରୀ ମାନେ ଯୋଗଦାନ ନଥିବାରୁ ବିଭିନ୍ନ ଜନପ୍ରତିନିଧି ମାନେ କ୍ଷୁବ୍ଧ ପ୍ରକାଶ କରିଥିଲେ l ଏଭଳି କାର୍ଯ୍ୟକ୍ରମ, ସଦରଥାନା, ତହସିଲ,ଶିକ୍ଷା ବିଭାଗ, ସମସ୍ତ ପଞ୍ଚାୟତ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବଡ଼ ଆନନ୍ଦର ସହ ପାଳନ କରିଥିଲେ ସେପରି ନିମଖଣ୍ଡି ବିନାୟକ ପାଠାଗାରରେ ମଧ୍ୟ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ସମ୍ପାଦକ ସୁନୀଲ ପଟ୍ଟନାୟକ ଙ୍କ ନରସିଂହ ସାହୁଙ୍କ ସହଯୋଗ କ୍ରମେ ଛୋଟ ଛୋଟ ଶିଶୁମାନଙ୍କୁ ନେଇ ପତାକା ଉତ୍ତଳୋନ କରି ଜାତୀୟ ସଂଗୀତ ଗାନ କରିଥିଲେ l

Advertisement