ଭିଜିଲାନ୍ସ ଜାଲରେ କେ. ବରିଡା ଆରଆଇ ଦେବାଶିଷ ମାଝୀ l

11
ADVERTISEMENT

କୋଦଳା,୧୧/୮(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ l ଜାଲରେ ପଡିଲେ ରାଜସ୍ୱ ନୀରିକ୍ଷକ ଦେବାଶିଷ ମାଝୀ l ମଙ୍ଗଳବାର ବିଳମ୍ବିତ ରାତିରେ କେ. ବରିଡା ର ଅଜୟ କହଁର ଙ୍କ ଏକ ବାଲି ଗାଡି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କେ ବରିଡା ଆର. ଆଇ ଦେବାଶିଷ ମାଝୀ ବେଗୁନିଆପଡା ଫାଣ୍ଡି ନିକଟରେ ଉକ୍ତ ଗାଡିକୁ ଅଟକାଇଥିଲେ  ! ଅଜୟ କହିବା ପ୍ରକାରେ ଗାଡିର ସମସ୍ତ କାଗଜପତ୍ର ଠିକ ଥିବା ସତ୍ୱେ ଡ୍ରାଇଭର କୁ ମାଡ ମାରି ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ !  ଅଜୟ ଠାରୁ ବାରମ୍ବାର ଲାଞ୍ଚ ନେଇ ହଇରାଣ କରୁଥିବାରୁ ସେ ବାଧ୍ୟ ହୋଈ ଭିଜିଲାନ୍ସ ବିଭାଗ ର ଆଶ୍ରୟ ନେଇ ଥିଲେ ! ଭିଜିଲାନ୍ସ ଏହାପରେ ଜାଲ ବିଛାଇ ଥିଲା  ! ବୁଧବାର ଦିନ ଅଫିସ କୁ ଆସି ଅଜୟ ଟଙ୍କା ଦେବାପରେ ଭିଜିଲାନ୍ସ ମାଡିବସି ଥିଲା ! ଉକ୍ତ ଟଙ୍କା କୁ ଜବତ କରିବା ସହିତ ଅଫିସ ରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ ! ଏହାପରେ ଆର ଆଇ ଭଡାରେ ରହୁଥିବା ବେଗୁନିଆପଡା ବାସଭବନ କୁ ଯାଇ ଯାଞ୍ଚ କରିଥିଲେ ! ତଦନ୍ତ ଜାରି ଥିବାରୁ ଭିଜିଲାନ୍ସ ଅଧିକାରୀ ମତାମତ ଦେବାକୁ ମନା କରିଥିଲେ।

Advertisement