ଭୁବନେଶ୍ୱର,୦୭/୮(ଡି.ଏଚ୍ ବ୍ୟୁରୋ):-ଲଘୁଚାପ ସୃଷ୍ଟି ହେବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଫଳରେ ଆଗାମୀ ୧୧ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ। ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ସହ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଗଞ୍ଜାମ, ପୁରୀ ଓ ରାୟଗଡ଼ା ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।















