ବ୍ରହ୍ମପୁର,୦୫/୮(ଡି.ଏଚ୍ ବ୍ୟୁରେ।):-ଭିଜିଲାନ୍ସ ଜାଲରେ ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦନ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନାର୍ଦନ ସାହୁଙ୍କ ବ୍ରହ୍ମପୁର ଅନନ୍ତନଗରସ୍ଥିତ ବାସଭବନ ,ଜୟନ୍ତୀପୁରସ୍ଥିତ ନିଜ ପୈତୃକ ବାସଭବନ ଓ ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ୮ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ।

















