ଭୁବନେଶ୍ୱର ,୨୯/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଆଜିଠାରୁ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ଫଳରେ ଏହା ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ସହାୟକ ହେବ। ଏବଂ ପ୍ରଥମ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ ଇ-ରିକ୍ସା ଚଳାଚଳ କରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବେ ।


















