ଜଗଦଳପୁରରେ କାର୍ଗିଲ ବିଜୟ ଦିବସ ପାଳିତ l

144
ADVERTISEMENT

କୁକୁଡ଼ାଖଣ୍ଡି,୨୬/୭(ଇ ରଞ୍ଜନ):-୧୯୯୯ ମସିହା ଜୁଲାଇ ୨୬ ତାରିଖରେ କାରଗିଲ୍ ଯୁଦ୍ଧରେ ଭାବପ୍ରିୟ ସ୍ଥଳସେନା ବାହିନୀ ପାକିସ୍ଥାନକୁ ପରାସ୍ଥ କରି ଜାତୀୟବାଦୀର ପରିଚୟ ସୃଷ୍ଟି କରି ଭାରତବର୍ଷ ନିମନ୍ତେ ଜାତୀୟ ତ୍ରିରଙ୍ଗା ପତାକା ଉଡାଇଥିଲେ ସେହି ଅଭୁଲା ସ୍ମୁତିକୁ ଆଜିର ଦିନରେ ହିନ୍ଦୁ ରାଷ୍ଟ୍ର ଭାରତରେ କାର୍ଗିଲ ବିଜୟ ରୂପେ ପାଳନ କରାଯାଉଛି।ତେବେ ଏହି ଦିବସ ଅବସରରେ ଆଜି ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ଏକ ପ୍ରତିବର୍ଷ ପରି ଚଳିତବର୍ଷ ଏହି ୨୩ ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି।କାରଗିଲ୍ ଯୁଦ୍ଧରେ ଏହି ଗ୍ରାମର ବିରପୁରୁଷ ଏସ୍.ଶ୍ରିନିବାସ ପାତ୍ର ଦେଶ ପାଇଁ ଲଢ଼ି ସହିଦ୍ ହୋଇଥିଲେ ଏବଂ ଆଜିର ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ ସହ ସମସ୍ଥେ ତାଙ୍କର ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ଶ୍ରାବଣ ବିବେକଏମ ,କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ,ଜଳସେନାର ଏନ.ସି.ସି କେଡରର ଏଲସିଓମ ଶ୍ରୀନିବାସ ନାୟକ, ପିଓ ସମ୍ୟରଞ୍ଜନ ତ୍ରିପାଠୀ, ସଚିନ ତମାର, କେଡରସଦସ୍ୟ ସମେତ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ବିଧାୟକ ପ୍ରତିନିଧି ଉଦୟ ବେହେରା, ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ,ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଗିଲ ବିର ସହୀଦ୍ ଶ୍ରୀ ନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ଏବଂ ନିଜ ବକ୍ତବ୍ୟ ରଖିଥିଲେ ଏହି କାର୍ଯ୍ୟକ୍ରମରେ ଜଗଦଳପୁର ଗ୍ରାମ ଥିବା ସ୍କୁଲ ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ସହରର ସର୍ଦାର ବଲ୍ଲଭ ଭାଇ ପଟେଲ ସଙ୍ଘର ସଭାପତି.ରାମପାତ୍ର,ଏଲ୍.ପୁରୁଷୋତ ମ ପାତ୍ର,ସୁଦାମ ପାତ୍ର,ବାବୁଲା ପାତ୍ର, ପଞ୍ଚାନନ ସାହୁ ସମେତ ଗ୍ରାମର ଯୁବ ଗୋଷ୍ଠି ଓ ବିଭିନ୍ନ ସଂଘଠନ ର କର୍ମକର୍ତା ଯୋଗ ଦେଇ ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟlର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ l

Advertisement