କୁକୁଡାଖଣ୍ଡି,୨୨/୭(ଇ ରଞ୍ଜନ ):-କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମରେ ସହିଦ ଏସ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ଠାରେ ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଉତ୍ସବ ପାଳନ ନେଇ ଜଗଦଳପୁର ପଞ୍ଚାୟତରେ ଗ୍ରାମର ବୃଦ୍ଧିଯିବିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସରପଞ୍ଚଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି l ଏହି ସଭାରେ ଗ୍ରାମରେ ଥିବା ୨ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଦେଶାତ୍ମକ,ସଂଗୀତ,ବକୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭାଗ ନେବା ନିମନ୍ତେ ଶିକ୍ଷୟତ୍ରୀ ମାନଙ୍କୁ ବୃଦ୍ଧିଯିବିମାନେ ଅନୁରୋଧ କରିଥିଲେ l ଏବଂ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିବା ସହ ଜଗଦଳପୁର ଗ୍ରାମର ଯୁବକ ମାନଙ୍କୁ ନେଇ ଶ୍ରୀନିବାସ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ କରିବାକୁ ନିଷ୍ପତି ନିଆଯାଇଛି l ଏହି କାର୍ଯ୍ୟକ୍ରମରେ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ପିଓ ରବୀନ୍ଦ୍ର ନାୟକ,ନକ୍ଷତ୍ରବାଳl ପାତ୍ର ନ୍ୟାୟବ ସରପଞ୍ଚ ମୋନଜ ପାତ୍ର,ତ୍ରିନାଥ ପାତ୍ର, ସୁଧୁ ସାହୁ, ମନୋଜ ପାତ୍ର, ନାଗେଶ ପାତ୍ର, ଇ. ରଞ୍ଜନ, ଇଶ୍ୱର ସେଠୀ, ନାରାୟଣ ପ୍ରଧାନ,ମୁର୍ତ୍ୟୁଞ୍ଜୟ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପଣ୍ଡା, ଶୁଭଶ୍ରୀ ବେହେରା, ମିନତୀ ବେହେରା, ବାଉରୀବନ୍ଧୁ ପାତ୍ର,ବଦ୍ରି ନାରାୟଣ ପାତ୍ର, ମିଟୁ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ l


















