କୋଦଳା,୨୨/୭(ସୂର୍ଯ୍ୟ ନାରାୟଣ ବଡୁ):-କୋଦଳା କାଳୀମେଘି ପଞ୍ଚାୟତ ତରଫରୁ ୨୦୨୧ – ୨୦୨୨ ଶିକ୍ଷାବର୍ଷର ଓଡିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଉତ୍ତମ ପରିଦର୍ଶିତ ହାସଲ କରିଥିବା କାଳୀମେଘି ଜାଗିଲିପଦର ହାଇସ୍କୁଲର ୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଗଲା l
ବିଦ୍ୟାଳୟର ଛାତ୍ରୀ ମଧୁସ୍ମିତା ଦାଶ ୬୦୦ରୁ ୫୮୮ ମାର୍କ ରଖି ବେଗୁନିଆପଡା ବ୍ଲକ ସହ ଗଞ୍ଜାମ ଜିଲ୍ଲା ସରକାରୀ ହାଇସ୍କୁଲର ଟପ୍ପର ହୋଇଛନ୍ତି l ସେହିପରି ଅନ୍ୟ ୫ଜଣ ଯଥା ବିକାଶ ସାହୁ, ସଞ୍ଚିତା କୁମାରୀ ସାହୁ,ସୁଶୀଲ ଗୌଡ଼, ତନୀଷା ପାଣିଗ୍ରାହୀ ଓ ହରପ୍ରସାଦ ଜେନା ୮୦%ରୁ ଉର୍ଦ୍ଧ୍ଵ ମାର୍କ ରଖି ଉର୍ତ୍ତୀନ୍ନ ହୋଇ ବିଦ୍ୟାଳୟର ସୁନାମ ଅର୍ଜନ କରିଛନ୍ତି ! ମଧୁସ୍ମିତାଙ୍କୁ ଆର୍ଥିକ ପୁରସ୍କାର ନଗଦ ୫୦୦୦ ଓ ଅନ୍ୟ ୫ ଜଣଙ୍କୁ ୨୦୦୦/- ଲେଖାଏଁ ନଗଦ ଅର୍ଥ ସହିତ ମାନପତ୍ର ଓ ପୁରସ୍କାର ଦିଆଗଲା,ଏମିତି ପ୍ରତ୍ୟକ ବର୍ଷ ଉତ୍ତୀର୍ଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ପ୍ରକାଶ କରିଛନ୍ତି !ଯାହାଫଳରେ ପ୍ରତ୍ୟକ ଛାତ୍ର ଛାତ୍ରୀ ଭଲ ନମ୍ବର ରଖି ଉତ୍ତୀର୍ଣ ହେବା ପାଇଁ ଉତ୍ସାହିତ ହେବେ ବୋଲି ପ୍ରକାଶ କରିଛନ୍ତି !ଏହି କାର୍ଯ୍ୟକ୍ରମ ରେ କୋଦଳା କୋର୍ଟର ସରକାରୀ ଆଇନଜୀବୀ ବାଳାକୃଷ୍ଣ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ପଞ୍ଚାୟତ ପ୍ରତିନିଧି ଓ ସମାଜ ସେବି ବିଶ୍ଵାମିତ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

















