ଆଜି ରାଜ୍ୟରେ ପାଗ ମୁଖତଃ ଶୁଖିଲା ଓ ଖରାଟିଆ ରହିବା ସହ କିଛି ସ୍ଥାନରେ ସ୍ବଳ୍ପ ବର୍ଷାହେବାର ସମ୍ଭାବନା ରହିଛି ।

100
ADVERTISEMENT

ଭୁବନେଶ୍ୱର,୧୯/୭(ଡି.ଏଚ ବ୍ୟୁରୋ):-ଆଜି ରାଜ୍ୟରେ ପାଗ ମୁଖତଃ ଶୁଖିଲା ଓ ଖରାଟିଆ ରହିବା ସହ କିଛି ସ୍ଥାନରେ ସ୍ବଳ୍ପ ବର୍ଷାହେବାର ସମ୍ଭାବନା ରହିଛି । କିନ୍ତୁ ଆସନ୍ତା ୨୧ ତାରିଖରୁ ରାଜ୍ୟର ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କନ୍ଧମାଳ, କେନ୍ଦୁଝର , ମୟୂରଭଞ୍ଜ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, କଟକ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisement