ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ,ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ ।

103
ADVERTISEMENT

ଭୁବନେଶ୍ୱର,୧୮/୭(ଡି.ଏଚ ବ୍ୟୁରୋ):-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ । ବୋଲବମ ହରହର ବମ ଧ୍ୱନିରେ କମ୍ପୁଛି ସମଗ୍ର ପରିବେଶ । ଏବଂ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ କାଉଡିଆଙ୍କୁ ମନ୍ଦିର ଯିବାକୁ ଅନୁମତି ମିଳିଥିବାରୁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଲୋକନାଥ ମନ୍ଦିର ଓ ଶରଣକୂଳର ଲଡୁବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜଳାଭିଷେକ ଲାଗି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ ।

Advertisement