ଜଗଦଳପୁର କାଳିଞ୍ଜି କୁଳ ‘ଖ’ ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

152
ADVERTISEMENT

ଜଗଦଳପୁର,୧୭/୭(ଇ ରଞ୍ଜନ):-ବ୍ରହ୍ମପୁର ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଆଜି ତେଲୁଗୁ ନିଖିଳ ଉତ୍କଳ କାଳିଞ୍ଜି କୃଷକ ସଂଘ ‘ଖ’ ତରଫରୁ ବୃକ୍ଷରୋପଣ ଜନହିତକର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବୃକ୍ଷର ଚାରା ଆଣି ଗ୍ରାମର ପଞ୍ଚାୟତ ଆଖପାଖ ଅଞ୍ଚଳରେ ଚାରା ରୋପଣ କରିଥିଲେ କୁଳ ସଂଘର କର୍ମକର୍ତ୍ତା l ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଦୁଖୀଶ୍ୟାମ ପାତ୍ର, ନାୟବ ସରପଞ୍ଚ ସୁମନ ପାତ୍ର, କେ ତ୍ରିପତି ଦାସ, ସିଏଚ. ରବୀନ୍ଦ୍ର ନାଥ ପାତ୍ର, ସିଏଚ.ଅର୍ଜନ ପାତ୍ର,ବି.ତ୍ରିଲୋଚନ ପାତ୍ର,କେ. ବିଶ୍ୱନାଥ ପାତ୍ର, ଲାଲକୃଷ୍ଣ ପାତ୍ର,ସିଏଚ. ସୂର୍ଯ୍ୟ ନାରାୟଣ ପାତ୍ର ସମେତ ଅନେକ ଲୋକଙ୍କ ଉପସ୍ଥିତରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଛି l

Advertisement