କୁକୁଡାଖଣ୍ଡି,୧୫/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁର ପଞ୍ଚାୟତର ଗୀତାଞ୍ଜଳି ସାହୁ ନାମକ ଜଣେ ମହିଳା ସଡ଼କ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଲାଗି ଚଳିତମାସ ୩ ତାରିଖରେ ଦୁର୍ଘଟଣାରେ ଶିକାର ହୋଇ ଶେଷ ରେ ଚିକିତ୍ସାଧିନରେ ମୃତ୍ୟୁବରଣ କରିଥିଲେ l ଏପରି ଦୁଃଖଦ ଘଟଣାରେ ପରିବାର ଦିନକାଟୁଥିବା ବେଳେ ଆଜି ତାଙ୍କ ଦୁଃଖୀ ପରିବାର ବାସଭବନ ଠାରେ ଜିଲ୍ଲାପରିଷଦ ଉପାଦକ୍ଷା ରାଜେଶ୍ୱରୀ ଦୋରା, ୧0ନଂ ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ, ସରପଞ୍ଚ ମୁରଲୀ ସେଠୀ,ପଂଚାୟତ ପିଇଓ ଦିଲ୍ଲୀପ କୁମାର ଓଡ଼ିଆ,ସମିତିସଭ୍ୟ ପ୍ରତିନିଧି ସୁରେଶ ସେଠୀ ସମେତ ସମାଜ ସେବୀ ପଞ୍ଚାନନ ସାହୁ, ସିମାଞ୍ଚଳ ଡାକୁଆ,ସୁରେଶ ନାୟକ,ନୀଳାଞ୍ଚଳ ବେହେରା,ମହେନ୍ଦ୍ର ସେଠୀ ପରିବାର ପାଖରେ ପହଂଚି ମୃତ୍ୟୁବରଣ କରିଥିବା ଗୀତାଞ୍ଜଳି ଦୁଃଖୀ ପରିବାରକୁ ସମବେଦନା ଜଣାଇଥିଲେ l

















