ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର ଗୁରୁବନ୍ଦନ ଉତ୍ସବ l

132
ADVERTISEMENT

ବ୍ରହ୍ମପୁର,୧୪/୭(ଇ .ରଞ୍ଜନ):-ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର ଗୁରୁବନ୍ଦନ ଉତ୍ସବ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଗୁରୁ ପୂର୍ଣ୍ଣମାତିଥିରେ ଯଶୋଦା ଉଚ୍ଚବିଦ୍ୟାଳୟ ଝାଡାଙ୍କୁଲିଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ କୁମୁଦଚନ୍ଦ୍ର ସାମଲଙ୍କ ସଭା ପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ଛାତ୍ର ବତ୍ସଳ ସୁନାମଧନ୍ୟ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ଏହି ଅବସରରେ ପ୍ରାନ୍ତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପାଢ଼ୀ ମହାସଂଘର ସ୍ଥାୟୀ କାର୍ଯ୍ୟକ୍ରମ ଗୁରୁବନ୍ଦନର ମହତ୍ଵ ଉପରେ ଆଲୋକପାତ କରିବା ସହ ଅଗଷ୍ଟ ମାସରେ ହେବାକୁଥିବା ସ୍ବାଧୀନତା ଦିବସର ୭୫ବର୍ଷ ଉପଲକ୍ଷେ ରାଜ୍ୟରେ ୫୦୦ଟି ସ୍ଥାନରେ ଅମୃତ ମୋହୋତ୍ସବ ପାଳନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଦେଇଥିଲେ। ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବହୁ ଶିକ୍ଷକ ଯୋଗ ଦେଇଥିଲେ। ଶେଷରେ ପ୍ରାନ୍ତ ମାଧ୍ୟମିକ ଓ୍ଵିଙ୍ଗ୍ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ବାଜୁବନ୍ଧ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement