କୋଦଳା,୧୩/୭(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟ ନେଇ କୋଦଳା ସହରର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର l ସହର ବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁ ଦିନରୁ ଦାବି କରିଆସୁଥିବା ବେଳେ ଆଜି ଏହାର ହୋଇଛି ଉଦଘାଟନ l
ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ସହାୟତା କେନ୍ଦ୍ର କୁ ଉଦଘାଟନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ,କୋଦଳା ତହସିଲଦାର ସସ୍ମିତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଏହାସହିତ ଆଗାମୀଦିନରେ ବିଧାୟକ ପାଣ୍ଠିରୁ ସାତଲକ୍ଷ ଟଙ୍କା ବ୍ୟୟରେ ସହର ର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ନେଇ ସ୍ଥିର ହୋଇଥିବା କହିଛନ୍ତି ବିଧାୟିକା l ସେପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ସମସ୍ତ କର୍ମଚାରୀ ଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସହର ବହୁ ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି l ଅନ୍ୟପଟେ କିଛିଦିନ ପୂର୍ବରୁ ଫଳକ ନାମ ଲେଖାକୁ ନେଇ ଅଞ୍ଚଳରେ ରାଜନୀତି ସରଗରମ ହୋଇଥିଲା l ଏହା କୁ ନେଇ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ପୋଲିସ ସହାୟତା କେନ୍ଦ୍ର ପୋଲିସ ବିଭାଗର l ଏଥିରେ କାହାକୁ ନିମନ୍ତ୍ରଣ କରାଯିବ ଓ କାହା ନାମ ଲେଖାଯିବା ତାହା ବିଭାଗ ସ୍ଥିର କରେ l ଏହାକୁ ନେଇ ରାଜନୀତି କରଣ କରିବା ଅନୁଚିତ l

















