Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ...

ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ସହଯୋଗ ଲଡିଲେ l

133
ADVERTISEMENT

ବ୍ରହ୍ମପୁର,୧୨/୭(ଇ ରଞ୍ଜନ):-ଆଜି ଗୋଳନ୍ଥରା ନିକଟସ୍ଥ ଶ୍ରୀ ଇଶାଣେସ୍ୱର ମନ୍ଦିର ପ୍ରାଙ୍ଗଣଠାରେ ଗଞ୍ଜାମ ଜିଲ୍ଲା ବିଜେପି ସଂଗଠନ ପକ୍ଷରୁ ଏକ କାର୍ଯ୍ୟକର୍ତ୍ତା ସମାବେଶ ତଥା ବନ୍ଧୁମିଳନ ଉତ୍ସବ ପାଳିତ ହୋଇ ଯାଇଛି l ଏଥିରେ କେନ୍ଦ୍ର ଶିକ୍ଷା ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ପାରଦର୍ଶିତା ସହିତ ସମସ୍ତ କେନ୍ଦ୍ରୀୟ ଯୋଜନା ଗୁଡିକ ଉପସ୍ଥିତ ଜନତାଙ୍କୁ ବୁଝାଇବା ସହ ସେଗୁଡିକୁ ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ବାକୁ ଆହ୍ୱାନ ଦେଇଥିଲେ l ବିଶ୍ୱର ଅନେକ ଗରିବ ରାଷ୍ଟ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାକୁ ପସନ୍ଦ କରି ନିଜ ନିଜ ଦେଶରେ ତାହାକୁ ବଜାୟ ରଖିଛନ୍ତି l ଯାହାଦ୍ୱାରା ଭାରତ ଆଗାମୀ ଦିନରେ ସାରା ବିଶ୍ୱ ପାଇଁ ଆଦର୍ଶ ପାଲଟିବା ସହ ବିଶ୍ୱଗୁରୁର ମାନ୍ୟତା ପାଇବାକୁ ଯାଉଛି l ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡିଶାର ଜଣେ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ NDA ପ୍ରାର୍ଥୀ କରି ଓଡିଶାବାସୀଙ୍କ ପ୍ରତି ତାଙ୍କ ଭଲ ପାଇବା ପ୍ରକାଶ କରିବା ସହ ସମାନ ପ୍ରଦର୍ଶନ କରିଛନ୍ତି l କରୋନା କାଳରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା଼ ଓ ଅନ୍ୟାନ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ହିଁ ଗୁରୁତ୍ୱ ଦେଇଥିଲେ l ଯଦି ଓଡିଶା ସରକାର ଜମି ଯୋଗାଇ ଦେବେ ତାହେଲେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ l ବିଭିନ୍ନ ଲୋକାଭିମୁଖୀ ଯୋଜନା କରି ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ହେ ତୋ ମୁମକିନ ହେ ବୋଲି ନାରା ଦେଇଥିଲେ l ଏଥିସହ ଲଉଡ଼ିଗାଁ ଠାରେ ଥିବା ଆଇଜରର ସ୍ଥାୟୀ କ୍ୟାମ୍ପାସ ଠାରେ ପହଂଚି ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କଲା ପରେ ସେଠାରେ ଥିବା ହଷ୍ଟେଲ ଉଦଘାଟନ କରିଥିଲେ l ମୋଦି ସରକାର ଓଡିଶା ଜନକଲ୍ୟାଣର ପ୍ରୟୋଗଶlଳା ପାଲଟିଛି l ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ପ୍ରଧାନ ସେବକ ଭାବରେ ସେ ଦେଶର ସେବା କରି ଚାଲିଛନ୍ତି l ଯୁବକଯୁବତୀଙ୍କୁ ରୋଜଗାର ସହ ଯୋଡ଼ିବାକୁ ହେଲେ ସାରା ରାଜ୍ୟକୁ ମୋଦିମୟ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକର୍ତ୍ତା ସମାବେଶରେ ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ସମେତ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତିବ୍ରହ୍ମପୁରରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ l ଗୋକୁଳାନନ୍ଦ ମଲିକ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଁହୁ ଚରଣ ପତି ଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Advertisement