ବ୍ରହ୍ମପୁର,୦୯/୭(ଇ ରଞ୍ଜନ):-ଦଶମ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କଲେ ନୀଳକଣ୍ଠ ସରସ୍ବତୀ ଶିଶୁ ମନ୍ଦିରର ଶିବରାମ l ବ୍ରହ୍ମପୁର ଚଳିତ ବର୍ଷ ରାଜ୍ୟରେ ମେଟ୍ରିକ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ କନିସି ଖଟେଇ କଲନୀର ଶିବରାମ ପାତ୍ର l ସେ ମୋଟ ୬୦୦ ମାର୍କରୁ ୫୯୮ ମାର୍କ ଅର୍ଥାତ ୯୯.୬୭ ପ୍ରତିଶତ ମାର୍କ ରଖି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛନ୍ତି l ବିଶେଷତ୍ୱ ହେଉଛି ସେ ସାହିତ୍ୟ, ଇଂଲିଶ, ହିନ୍ଦୀ, ସାମାଜିକ ବିଜ୍ଞାନ ଏହି ଚାରୋଟି ବିଷୟରେ ୧୦୦ ରୁ ୧୦୦ନମ୍ବର ଆଣି ଥିବା ବେଳେ ଗଣିତ ଓ ବିଜ୍ଞାନରେ ୯୯ ଲେଖାଏଁ ନମ୍ବର ରଖିଥିଲେ l ଯାହାକି ସାରା ରାଜ୍ୟରେ ପ୍ରଥମ l ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତାକୁ ନେଇ ସ୍କୁଲରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇ ଥିବା ବେଳେ ଅନୁଷ୍ଠାନ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ସମ୍ପାଦକ ନାରାୟଣ ପଣ୍ଡା, ପ୍ରିନସିପାଲ ଏସ. ମୋହନ ରାଓ , ବିଦ୍ୟା ମନ୍ଦିର ଓ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଅନ୍ୟ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟl ମାନେ ଶିବରାମଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଉତ୍ସlହିତ କରିବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ତେବେ ଏହି ବିଦ୍ୟାଳୟରେ ମୋଟ ୩୪୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ A1 ରେ ୧୫୯ଜଣ, A2 ରେ ୧୫୬ଜଣ, B1 ରେ ୨୩ ଜଣ ସଫଳତା ହାସଲ କରିଛନ୍ତି l ତେବେ ଶାଶ୍ୱତ ସାହୁ ୯୯.୧୭ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନ, ଦୀପକ କୁମାର ନାୟକ ୯୮.୧୭ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଓ ରୁଦ୍ର ପ୍ରତାପ ସ୍ୱାଇଁ ୯୭.୮୩ପ୍ରତିଶତ ମାର୍କ ରଖି ଚତୁର୍ଥ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ ଆଣି ଦେଇଛନ୍ତି ଅପୂର୍ବ ସଫଳତା ଓ ଗୌରବ l


















