କୁକୁଡାଖଣ୍ଡି,୦୯/୭(ଇ ରଞ୍ଜନ):-କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଲାଠି ଉତ୍କଳ ବିଦ୍ୟାପୀଠରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ ଓ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ସଂଯୋଜକ ସୁଭାଷ ମହାରଣା,କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ମମତା ଦାସ,ସ୍ଥାନୀୟ ବନପଳ ରୂପକ କୁମାର ପ୍ରଧାନ,ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ,ସ୍ଥାନୀୟ ସରପଞ୍ଚ ରାଧା ମୋହନ ସେଠି,ସମିତିସଭ୍ୟ ଜଗନ୍ନାଥ ଭୂୟାଁ,ସମାଜସେବୀ ଉଦୟ ନାଥ ବେହେରା ଅତିଥି ଭାବେ ଯୋଗ ଦେଇଥିଲ । ଅତିଥି ମାନଙ୍କ ପ୍ରେରଣା,ବନମୋହତ୍ସବର ଉଧେଶ୍ୟ,ବୃକ୍ଷର ଉପଯୋଗୀତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ସବୁଜିମା ପାଇଁ ମାର୍ଗଦର୍ଶକ କରିଥିଲେ । ଅତିଥି ମାନେ ପ୍ରତ୍ୟେକ ଗୋଟିଏ ଲେଖାଏ ବୃକ୍ଷରୋପଣ କରିବା ସହିତ ବନୋମାହୋତ୍ସବ ଉଧେଶ୍ୟରେ ହୃଦୟସ୍ପର୍ଶୀ ସ୍ଲୋଗାନ ଦେଇଥିଲେ ।ଯାହା ଛାତ୍ର ଛାତ୍ରୀ ମନଙ୍କ ଉପରେ ସୁପ୍ରଭାବ ପକାଇବା ଆଶା କରାଯାଏ ଉକ୍ତ କାଯ୍ୟକ୍ରମ ବିଦ୍ୟାଳୟରେ ଶିକ୍ଷକ ସୁବୋଧ ପାତ୍ର,ଅବନ୍ତୀ ଡାକୁଆ,ଶିକ୍ଷୟତ୍ରୀ ସ୍ମୃତିଞ୍ଜନ ପଣ୍ଡା,ସନ୍ଧ୍ୟାରାଣୀ ପଣ୍ଡା,ଗୀତାଞ୍ଜଳି ପ୍ରଧାନ,ସୁଜାତା ସାହୁ,ଅଞ୍ଜଳି ଶବର,ଦେବରାଜ ସେଠି ସହଯୋଗ କରିଥିଲେ । ପରି ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବନୋମାହୋତ୍ସବ ତଥା ଛାତ୍ର ଛାତ୍ରୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ପରିଚାଳନା ଉନ୍ନୟନ କମିଟିର ସମସ୍ତ ସଭ୍ୟସଭ୍ୟା ମାନଙ୍କ ଆନ୍ତରିକ ଉଦ୍ୟମ ପ୍ରଶଂସନୀୟ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉନ୍ନୟନ କମିଟିର ସଭ୍ୟ ଆଶିଷ କୁମାର ସାବତ, ଗୋପାଳକୃଷ୍ଣ ପାଢ଼ୀ, ମାଧବ ମହାରଣା,ପିଣ୍ଟୁ ଗୌଡ଼,ଜଗନ୍ନାଥ ଗୌଡ଼,କବିତା ବେହେରା,ବିରାଜିନୀ ବେହେରା, ଭବାନୀ ଶଙ୍ଖର ସାହୁ,ଅମ୍ବିକା ସାହୁ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

















