କୁକୁଡାଖଣ୍ଡି,୦୯/୭(ଇ ରଞ୍ଜନ):-ସରକାରୀ ବିଦ୍ୟାଳୟରେ ଆଶାନୁଯାୟୀ ୧0ମ ପରୀକ୍ଷା ଫଳ ଆସିନଥିବା ଅଭିଭାବକ ମହଲରେ ଅସନ୍ତୋଷ l କୁକୁଡାଖଣ୍ଡି ବ୍ଲକ ଅଧିନରେ ୨୨ ଟି ସରକାରୀ ବିଦ୍ୟାଳୟ ରହିଥିବା ବେଳେ ୩ ଟି ଶିକ୍ଷା ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ଘରେଇ ବିଦ୍ୟା ମନ୍ଦିର ରହିଛି l ଚଳିତ ବର୍ଷ ୧0 ମ ଶ୍ରେଣୀ ଶ୍ରେଣୀ ପରୀକ୍ଷା ଫଳ ବାହାରିଥିବା ବେଳେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଠାରୁ ଘରେଇ ବିଦ୍ୟାଳୟ ଛାତ୍ରଛାତ୍ରୀ ସର୍ବାଧିକ ସଂଖ୍ୟା ମାର୍କ ରଖି ପ୍ରଥମ ସ୍ଥାନରେ ଅଧିକାଂଶ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି l ସରକାରୀ ବିଦ୍ୟାଳୟ ରେ ସରକାରଙ୍କ ତରଫରୁ ବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ନିମନ୍ତେ ରୂପାନ୍ତରକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପାଠ ପଡ଼ାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟ ରେ ଆଶାନୁରୂପ ଅନୁଯାୟୀ ପରୀକ୍ଷା ଫଳ ଆସୁନଥିବାରୁ ଅଭିଭାବକ ମହଲ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡୁଛି l ଘରେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏ ୱାନ ୧0ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରୁଥିବା ବେଳେ ସରକାରୀ ବିଦ୍ୟାଳୟରେ ଏ ୱାନରେ ୪ ରହିଛନ୍ତି l ସେହିପରି ଏ ଟୁ ରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ୬୬ ଜଣ ଥିବା ବେଳେ ଘରେଇ ବିଦ୍ୟା ମନ୍ଦିରରେ ୭୮ଜଣ ପ୍ରଥମ ଶ୍ରେଣୀ ଅର୍ଜନ କରିଛନ୍ତି l ଏପରି ଶିକ୍ଷାପ୍ରଧାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଅଧିକାରୀ ମାନଙ୍କ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି l

















