ଯକ୍ଷ୍ମା ରୋଗରେ ମୃତ୍ୟୁ ବରଣ କରିଥିବା ଅସହାୟ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଧାନ l

121
ADVERTISEMENT

କୁକୁଡାଖଣ୍ଡି,୦୮/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଗୁରୁଣ୍ଠି ଗ୍ରାମପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମର ମିଥୁନ ସେଠୀ ନାମକ ଜଣେ ବ୍ୟକ୍ତି ଙ୍କ ଯକ୍ଷ୍ମା ରୋଗରେ ପୀଡିତ ହୋଇ ଗତ ଶନିବାର ଦିନ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁବରଣ କରିଥିଲେ l ତାଙ୍କର ଏକ ୧0 ମାସର ଶିଶୁ କନ୍ୟା ରହିଥିବା ବେଳେ ବର୍ତ୍ତମାନ ତାଙ୍କ ଘରେ ସ୍ତ୍ରୀ ଏବଂ ବୃଦ୍ଧ ମା ଏବଂ ଛୋଟ କନ୍ୟା ରହିଛନ୍ତି ରୋଜଗାରିଆ ପୁଅକୁ ହରାଇ ଦୁଃଖଦ ପରିସ୍ଥିତିରେ ପରିବାର ପ୍ରତିପୋଷଣ କରି ଆସୁଥିବା ଜଣାପଡିଛି l ପୂର୍ବରୁ ମିଥୁନର ଭାଇ ମଧ୍ୟ ଏପରି ରୋଗ ରେ ପୀଡିତ ହୋଇ ମୃତ୍ୟୁହୋଇଥିବା ପରିବାର ପକ୍ଷରୁ ସୂଚନା l ଏଭଳି ଦୁଃଖପରିସ୍ଥିତିରେ ପରିବାର ଘାଣ୍ଟି ହେଉଥିବା ପରିବାର ନିକଟରେ ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣୟନ ପ୍ରକଳ୍ପ କାର୍ଯ୍ୟାଳୟ ଉପାଦକ୍ଷା ରାଜେଶ୍ୱରୀ ଦୋରା ଏବଂ କୁକୁଡାଖଣ୍ଡି ୧0 ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ ଉକ୍ତ ଅସହାୟ ପରିବାର ବର୍ଗଙ୍କ ପାଖରେ ଆଜି ପହଂଚି ଦୁଖୀ ପରିବାରକୁ ସମାବେଦନା ଜଣାଇବା ସହ ସ୍ବର୍ଗତ ମିଥୁନ ସେଠୀଙ୍କ ପତ୍ନୀ ରୋଜାଲିନି ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ୧0 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଥିଲେ l ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ,ଡି.ବାବୁଲି ପାତ୍ର,ସମାଜ ସେବୀ ପଞ୍ଚାନନ ସାହୁ,ଟୁକୁନା ସେଠୀ, ସୁଧାଂଶୁ ପାଣିଗ୍ରାହୀ, ସୁରେଶ ନାୟକ,କାଶୀ ସେଠୀ ଧିରେନ ନାୟକ ୧0ନଂ ୱାର୍ଡ ମେମ୍ବର ଜିତେନ୍ଦ୍ର ସେଠୀ,ସିମାଞ୍ଚଳ ଡାକୁଆ,ବବିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଦୁଖୀ ପରିବାର ଠାରେ ପହଂଚି ସମବେଦନା ଜଣାଇ ଥିଲେ l ସହାୟତା ପାଇ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ l

Advertisement