ବ୍ରହ୍ମପୁର,୦୮/୭(ଇ ରଞ୍ଜନ):-ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଲୋଚାପଡ଼ା ଠାରୁ ନିମଖଣ୍ଡି ରତ୍ନପୁର ମୁଖ୍ୟ ରାସ୍ତା ପୂର୍ତ୍ତବିଭାଗ ଅଧିନରେ ଥିବା ବେଳେ ଅବସ୍ଥା ଶୋଚନୀୟ ହୋଇ ପଡିଛି l ଏହି ରାସ୍ତାଟି ବହୁ ପଂଚାୟତ ସହ ବ୍ରହ୍ମପୁର ସହରକୁ ସଂଯୋଗ କରୁ ଥିବାରୁ ଦୈନିକ ଶହଶହ ସଂଖ୍ୟାରେ ଯାନବାହାନ ଯାତାୟାତ କରିଥାନ୍ତି l କିନ୍ତୁ ସମସ୍ୟା ହେଉଛି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବା ବେଳେ ରାସ୍ତାରୁ ପିଚୁ ଉଠି ଖାଲଖମା ହୋଇ ବର୍ଷା ହେଲେ ପାଣି ଜମାଟ ବାନ୍ଧୁଥିବା ଦେଖାଦେଇଛି l ଗତ କିଛି ବର୍ଷ ଧରି ବ୍ରଜନଗର ଠାରୁ ଲୋଚପୋଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ଯେଉଁ ଡ୍ରେନେଜ ନିର୍ମାଣ ହେଉଛି ତାହା ଅଧପନ୍ଥରୀୟା ରେ ସ୍ଥଗିତ ଥିବା ରୁ ବର୍ଷା ହେଲେ ପାଣି ଡ୍ରେନ ରୁ ବାହାରି ରାସ୍ତା ରେ ଗଡୁଛି l ଆଗକୁ ବର୍ଷା ଦିନ ଥିବା ରୁ ଲୋଚପୋଡ଼ା ହରିଜନ ସାହି ରୋଗାକ୍ରାନ୍ତ ଆଶଙ୍କା ପ୍ରକାଶ କରିଛନ୍ତି l ସେମାନେ ବାରମ୍ବାର ଅଭିଯୋଗ କରୁଥିବା ସ୍ୱତେ ବି ଜେ.ଇ, ଏ. ଇ ବିଡ଼ିଓ କିଏ ବି ଶୁଣୁନଥିବା ଅଭିଯୋଗ କରିଛନ୍ତି l ସେହିପରି ରତ୍ନପୁର ଠାରୁ ଜଗଦଳପୁର ପର୍ଯ୍ୟନ୍ତ ରାସ୍ତା କାମ ସାରିଥିଲେ ମଧ୍ୟ ନିର୍ମାଣର ୨ ବର୍ଷ ହୋଇନଥିଲେ ମଧ୍ୟ ଯେଉଁ ପଦ୍ଧତି ରେ ନିର୍ମାଣ ହୋଇଥିଲା ତାହା ଭଗ୍ନ ଅବସ୍ଥା ରେ ଆସିଥିବା ଅଞ୍ଚଳ ଲୋକେ ଅଭିଯୋଗ କରିଛନ୍ତି l ଲୋଚାପଡ଼ାରୁ ନିମଖଣ୍ଡି, ରତ୍ନପୁର ରାସ୍ତା ସମ୍ପୂର୍ଣ୍ଣ ରୂପେ ବଡ଼ ବଡ଼ ଖାଲଖମାରେ ପୂର୍ଣ୍ଣ ହୋଇ ଗଲାଣି l ଲୋଚପୋଡ଼ା ଠାରେ ଦୃଘଟଣାରେ ଜଣେ ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ ବି ଘଟିଲାଣି କିନ୍ତୁ ବିଭାଗ ନିରବରେ ବସିଥିବା ଲୋଚପୋଡ଼ା ସମେତ ଆଖିପାଖ ଗ୍ରାମବାସି ଅଭିଯୋଗ କରିଛନ୍ତି l ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ଭାରୀଯାନ ଗୁଡିକ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ବହୁ ସଂଖ୍ୟାରେ ଯାତାୟାତ କରୁ ଥିବାରୁ ରାସ୍ତାଟି ସର୍ବଦା ଚଳଚଞ୍ଚଳ ରହିଥାଏ l କିନ୍ତୁ ଦୁର୍ଘଟଣା କମୁନଥାଏ l ସମସ୍ୟା ହେଉଛି ଯାତ୍ରୀବାହି ବସ ହେଉ କିମ୍ବା ମାଲ ପରିବହନ କରୁଥିବା ଟ୍ରକ ହେଉ କି କୌଣସି ଚାରି ଚକିଆ ଯାନ ଟିଏ ବି ହେଉ ଯେତେବେଳେ ଏହି ରାସ୍ତା ଦେଇ ଯାଉଥାଏ, ତାହା ପଛେ ପଛେ ଆସୁଥିବା ବହୁ ସଂଖ୍ୟକ ବାଇକ ବଡ଼ ଗାଡି ସାଇକେଲ ଆରହୀ ସମସ୍ତ ଯାନବାହାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହି ରହି ଖୁବ ମନ୍ଥର ଗତିରେ ଯିବାକୁ ପଡିଥାଏ l ଫଳରେ ଏହାର ପରିଣାମ ଭୋଗ କରିବାକୁ ପଡି ଥାଏ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଜନତାଙ୍କ ସହ ଆମ୍ବୁଲାନ୍ସରେ ଯାଉଥିବା ଗୁରୁତର ରୋଗୀଙ୍କୁ l ପୁଣି ଦୀର୍ଘ ଦିନ ଧରି ରାସ୍ତା ପାର୍ଶ୍ୱରେ ନିର୍ମାଣଧୀନ ଡ୍ରେନଟିର କାମ ସମାପ୍ତ ହେଉ ନ ଥିବାରୁ ଓ ପୁରୁଣା ଡ୍ରେନଟି କିଛି କିଛି ସ୍ଥାନରେ ମାଟି, ବାଲି, ଅଳିଆ, ଆଵର ଜନାରେ ପୋତି ହୋଇ ଯାଇଛି ତ ଆଉ କେଉଁଠି ଡ୍ରେନଟି ମଇଳା ପାଣିରେ ପରିପୂର୍ଣ ହୋଇ ନିଷ୍କାସୀତ ହୋଇ ନ ପାରି ରାସ୍ତାରେ ଭାସୁଛି l ଏହାଦ୍ୱାରା ସେଠାରେ ମଶା ଉପଦ୍ରଵ ବୃଦ୍ଧି ହେବା ସହିତ ପରିବେଶ ଦୁର୍ଗନ୍ଧମୟ ହୋଇଯାଉଛି ଯାହାକୁ ନେଇ ସାଧାରଣରେ ବଢୁଛି ଅସନ୍ତୋଷ l ତେଣୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ ରାସ୍ତାକୁ ପ୍ରଶସ୍ତିକରଣ କରିବା ସହିତ ଡ୍ରେନେଜ ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ସାଧାରଣରେ ଦାବି ହେଉଛି l

















