ଭୁବନେଶ୍ୱର,o୪/୬(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ବରମୁଣ୍ଡା ନିକଟରେ ନିଆଁଲାଗି ଜଳିଗଲା ଲଳିତା ନାମକ ଏକ ଘରୋଇ ବସ । ବସଟି ଭାରସାମ୍ୟ ହରାଇ ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ପିଟିହେବା ଫଳରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଏଥିରେ ୨୫ ଯାତ୍ରୀ ଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ଏବଂଉକ୍ତ ଘରୋଇ ବସଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
















