ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମର କମା ସାହିଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି ‌‌।

117
ADVERTISEMENT

ଦିଗପହଣ୍ଡି,୦୨/୭(ଡି.ଏଚ ବ୍ୟୁରୋ):-ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମର କମା ସାହିଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି ‌‌। ଏହି ଅବସରରେ ପ୍ରଥମେ ତିନି ଠାକୁରଙ୍କ ଵାଦ୍ୟ ବାଦନ ହୁଳହୁଳି ଘଣ୍ଟ ନାଦରେ ପହଣ୍ଡି କରାଯିବା ପରେ ରଥ ଉପରକୁ ବିଜେ କରାଯାଇ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନଙ୍କ ସହଯୋଗରେ ରଥଟଣା ହେଇଥିଲା।

ଏଥିରେ ମନ୍ଦିରର ମୁଖ୍ୟ ପୂଜକ ଗୈାରଙ୍ଗ ଚରଣ, ଏସ୍ ରଵିକୁମାର ଶର୍ମା, ଏନ୍ ରଵିକୁମାର, ଏନ୍ ବିଜୟ କୁମାର, ଏନ୍ ଚଦ୍ରଖେଖର, ଏସ୍ ସୀତାରାମ ମୂର୍ତ୍ତି, ଏସ୍ ମହେଶ୍ୱର ରାଓ, ଏନ୍ ଶ୍ରୀନୁଵାସ, ଏନ୍ ଶିବା ଏନ୍ ଗଣେଶ, ଏସ୍ ପେଦାଵାଵୁ, ଏବଂ ଅନ୍ୟ ପୂଜକ ମାନେ ରହି ଅତି ଆଡ଼ମ୍ବର ରଥ ଟଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଆଖପାଖ ଅଞ୍ଚଳରେ ବହୁ ଭକ୍ତ ଆସି ତିନି ଠାକୁରଙ୍କ ଦର୍ଶନ କରି ଅତି ଆନନ୍ଦରେ ରଥ ଟାଣିଥିଲେ।

Advertisement