କୋଦଳା କାଳିମେଘି ଠାରେ ଲଗାତାର ତୃତୀୟ ବାର ମାଗଣା ଚକ୍ଷ୍ୟୁଚିକିତ୍ସା ଶିବିର ଅନୁଷ୍ଠିତ l

139
ADVERTISEMENT

୦୨/୭(ସୂର୍ଯ୍ୟ ନାରାୟଣ ବଡୁ):-ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ତୃତୀୟ ଥର ପାଈଁ ସ୍ଥାନୀୟ ସରପଞ୍ଚ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷ୍ୟୁ ଚିକିତ୍ସାଳୟ ର ମିଳିତ ଉଦ୍ୟମ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ପ୍ରଥମ ଥର ଆୟୋଜିତ ହୋଇଥିବା ଚକ୍ଷ୍ୟୁ ଚିକିତ୍ସା ସମେତ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ଅନେକ ବୃଦ୍ଧ/ବୃଦ୍ଧାଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା କରାଯାଇଥିଲା, ସ୍ୱତ ପ୍ରବୃତ୍ତ ଭାବେ ବହୁ ରକ୍ତ ଦାତା ରକ୍ତଦାନ କରିଥିଲେ! ୨୭/୦୫/୨୨ରେ ଦ୍ୱିତୀୟ ଥର ଲାଗି ଏହି ଶିବିର ଆୟୋଜିତ ହୋଇଥିଲା ପ୍ରାୟ ୩୦୦ ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ନିଜର ଚିକିତ୍ସା କରାଇଥିଲେ |

ଗୁରୁବାର ୩୦/୬/୨୦୨୨ ତୃତୀୟ ଥର ଲାଗି ଚକ୍ଷ୍ୟୁ ଚିକିଛା ଶିବିର ଅନୁଷ୍ଠିତ ହୋଇ ୧୫୫ଜଣଙ୍କ ଚକ୍ଷ୍ୟୁ ପରୀକ୍ଷ୍ୟା କରାଯାଇ ଅପରେସନ ନିମନ୍ତେ ୪୭ଜଣ,ଚଷମା ବ୍ୟବହାର ପାଇଁ କରିବା ପାଇଁ ୩୫ ଜଣଙ୍କୁ ପରାମର୍ଶ ଦେଇଥିବା ବେଳେ ୩୧ ଜଣଙ୍କୁ ଚଷମା ପ୍ରଦାନ କରିଥିଲେ !କାଳିମେଘି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀଙ୍କ ନିର୍ବାଚନ ପ୍ରତିଶୃତି ସହିତ ତାଙ୍କ ସ୍ୱାମୀ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀଙ୍କ ସେବା ମନୋବୃତ୍ତି ଏବେ ସ୍ଥାନୀୟ ଅଂଚଳରେ ବେଶ ଆଦୃତ ଲାଭ କରିଛି | ପଂଚାୟତ ରେ କେହିବି ବୃଦ୍ଧ ମା,ବାପାଙ୍କର ଯେମିତି ଚକ୍ଷୁ ଜନିତ କୌଣସି ଅସୁବିଧା ରହିବ ନାହଁ ସେନେଇ ଏହି ଛୋଟିଆ ପ୍ରୟାସ ବୋଲି କହିଛନ୍ତି ସରପଞ୍ଚ ଶ୍ରୀମତୀ ତ୍ରିପାଠୀ | ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଉକ୍ତ ଶିବିରରେ ପଞ୍ଚାୟତର ଅନେକ ସ୍ବେଛାସେବୀ ସ୍ୱତପ୍ରବୃତ୍ତ ଭାବେ ନିୟୋଜିତ ରହି ସେବା ଯୋଗାଇବା ସହିତ ଉପସ୍ଥିତ ଲୋକଙ୍କ ପାଈଁ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ରେ ସହଯୋଗ କରିଥିଲେ | ନିର୍ବାଚନ ପରଠାରୁ ନିଜ ପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ ଗୁପେ ଗଢି ତୋଳିବା ସହିତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ର ସମସ୍ୟା ଦୂର କରିବା ପାଈଁ ସରପଞ୍ଚ ଦମ୍ପତି ଙ୍କ ଅହରହ ପ୍ରୟାସ ଜାରୀ ରହିଥିବା ମଧ୍ୟ ଦେଖିବାକୁ ମିଳିଛି | ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଞ୍ଚାୟତବାସୀ ଙ୍କୁ ଉତ୍ତମ ସେବା ଯୋଗାଇ ଦିଆ ଯିବାରେ ସରପଞ୍ଚ ଙ୍କ ଉଦ୍ୟମକୁ ପଂଚାୟତବାସୀ ସାଧୁବାଦ ଜଣାଇଛନ୍ତି | ସମିତି ସଭ୍ୟା ଶ୍ରୀମତୀ ନୟନୀ ଗୌଡ଼ ମଧ୍ୟ ସେମାନଙ୍କ ସାଥିରେ ସେବା ଯୋଗାଇ ଦେଉଛନ୍ତି ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସଦସ୍ୟ ଅମର ଜେନା,ରାଧାଶ୍ୟାମ ଗୌଡ଼, ଶିବାନନ୍ଦ ମହାରଣା,ପ୍ରଫୁଲ କୁମାର ପାଢ଼ୀ, ଯଟେଶ୍ୱର ଦାସ,ତ୍ରିଲୋଚନ ଗୌଡ଼,ବଂଶୀଧର ଜେନା,କାଳୁ ଚରଣ ସାହୁ,ରାଜେନ୍ଦ୍ର ଭୂୟାଁ, ରାମଚନ୍ଦ୍ର ଦାସ,କୁମର ଜେନା ପ୍ରମୁଖ ସହଯୋଗ କରିଥିଲେ!ଏହି ଚକ୍ଷୁ ଚିକିତ୍ସା ଶିବିରରେ ହିଞ୍ଜିଳିକାଟୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମେନେଜର ଚିତ୍ରସେନ ଗୌଡ଼, ବରିଷ୍ଠ ଟେକ୍ନିସିଆନ ଭାଗ୍ୟଲତା ଗୌଡ଼, ଭଗବାନ ପଣ୍ଡା, ସାଗର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ଚିକତ୍ସା ରେ ସହଯୋଗ କରିଥିଲେ !

Advertisement