ଜଗଦଳପୁର,୩୦/୬(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତର ବଡ଼ ହରିଜନ ସାହି ଗ୍ରସ୍ତରେ ଜିଲ୍ଲା ଗ୍ରାମ୍ୟ ଉର୍ଣ୍ଣୟନ ପ୍ରକଳ୍ପ କାର୍ଯ୍ୟାଳୟ ଉପାଦକ୍ଷା ରାଜେଶ୍ୱରୀ ଦୋରା ଏବଂ କୁକୁଡାଖଣ୍ଡି ୧0 ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ ଉକ୍ତ ହରିଜନ ସାହିକୁ ଆଜି ଗ୍ରସ୍ତ କରି ସାହିର ପୁଷ୍ପା ଦାସ ଏବଂ ଅଶୋକ ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି l ପୁଷ୍ପା ଦାସଙ୍କ ସ୍ୱାମୀ ଶଙ୍କର ଦାସ କୌଣସି କାରଣ ନେଇ ବିଦ୍ୟୁତ ଆଘାତରେ ଗତ ରବିବାର ମୁର୍ତ୍ୟୁବରଣ କରିଥିଲେ l ତାଙ୍କର ଏକ ୧୩ ବର୍ଷୀୟା ଝିଅ ଏବଂ ସ୍ତ୍ରୀ ପୁଷ୍ପା ସ୍ୱାମୀ ମୁରବିକୁ ହରାଇ ରୋଜଗାର ଅକ୍ଷମ ହୋଇ ଦୁଃଖଦ ପରିସ୍ଥିତିରେ ଥିବା ବେଳେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପଣ୍ଡରୁ ୧0 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦିଆଯାଇଥିବା ବେଳେ ଉକ୍ତ ସାହିର ଅଶୋକ ଦାସ ନାମକ ବ୍ୟକ୍ତିଙ୍କ ଗଡ଼ରେ ଶକ୍ତ ଆଘାତ ଲାଗି ଶଯ୍ୟାଶାୟୀଙ୍କୁ ମିଶି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝି ଦୁଃଖି ପରିବାରକୁ ମେଡିକାଲ ସ୍ଥାନାନ୍ତର ନିମନ୍ତେ ଶ୍ରୀମତୀ ରାଜେଶ୍ୱରୀ ଦୋରା ୨ ହଜାରଟଙ୍କା ଆର୍ଥିକ ସହଯୋଗ କରି ଚିକିତ୍ସା ପାଇଁ ମେଡିକାଲ ସ୍ଥାନାନ୍ତର ନିମନ୍ତେ ପରିବାର ବର୍ଗଙ୍କୁ ଅନୁରୋଧ କରିଥିଲେ l ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବିଜେଡି ନେତା ପଞ୍ଚାନନ ସାହୁ, ସୁରେଶ ନାୟକ, ୮ ନଂ ୱାର୍ଡ ମେମ୍ବର ରାଜୁ ଦାସ, ସିମାଞ୍ଚଳ ଡାକୁଆ,ବବିତା ସ୍ୱାଇଁ,ନୀଳାଞ୍ଚଳ ବେହେରା, ସୁନୀଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ଦୁଖୀ ପରିବାରଙ୍କୁ ସମବେଦନା ସହ ତାଙ୍କ ପରିବାରର ସାଥିରେ ରହିବା ସହ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପରିବାରଙ୍କୁ ପ୍ରତିଶୃତି ଦେଇଛନ୍ତି l

















