ସମ୍ୱଲପୁର, ୧୫/୮(ଏଜେନସି ) : ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ଜାରି ରହିଛି । ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟକୁ ଖୋଲାଯାଇଥିଲା । ତେବେ ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ୩୬ ଘଣ୍ଟା ସମୟ ଲାଗିବ, ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ହୀରାକୁଦ ଡ୍ୟାମ କର୍ତୃପକ୍ଷ କହିଛନ୍ତି । ତେବେ ଏହାକୁ ନେଇ ଜଳସମ୍ପଦ ସଚିବ ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ ମହାନଦୀର ଉପରମୁଣ୍ଡରେ ବର୍ଷା ସମ୍ଭାବନା ରହିଛି ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲାଯିବ। ବର୍ଷା ଓ ଉପରମୁଣ୍ଡରେ ଜଳପ୍ରବାହକୁ ଦେଖି ଗେଟ ଖୋଲାଯାଇଥିବାର ଜଳସମ୍ପଦ ସଚିବ କହିଛନ୍ତି । ହୀରାକୁଦରୁ ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାର ସଚିବ କହିଛନ୍ତି । ଏଠାରେ ସୂଚନା ଥାଉ କି ଗୁରୁବାର ପୂର୍ବାହ୍ନ ୧୧: ୩୦ ରୁ ୧୨: ୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ ସବୁ ଖୋଲାଯାଇଥିଲା ।


















