କୋଦଳା,୨୭/୬(ସୂର୍ଯ୍ୟ ନାରାୟଣ ବଡୁ):-କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ମାନନୀୟା ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇଙ୍କ ଉପସ୍ଥିତିରେ କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକ ଜନସାଧାରଣଙ୍କ ଦ୍ୱାରା ଓଡିଶା ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନନୀୟା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଏବଂ ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକ ଜନ ପ୍ରତିନିଧି ସମେତ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସମ୍ବର୍ଦ୍ଧିତ କରିଥିଲେ!
ମନ୍ତ୍ରୀ ଦ୍ବୟ କୋଦଳା ବସଷ୍ଟାଣ୍ଡ ନିକଟରୁ କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକ ୪୪ନଂ ଜୋନର ଜନସାଧାରଣ ଏକ ବିରାଟ ମୋଟରସାଇକଲ ରାଲିରେ କୋଦଳା ର ଆରାଧ୍ୟ ଦେବତା ବାବା ଦଣ୍ଡିଶ୍ୱର ମନ୍ଦିର ନିକଟରେ ପହଞ୍ଚି ଦର୍ଶନ କରିବା ସହିତ ଅଞ୍ଚଳ ବାସୀଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧନା ସଭା ସ୍ଥଳ ରେ ପହଞ୍ଚିଥିଲେ !ଏକ ସୁସଜ୍ଜିତ ମଞ୍ଚରେ ଗ୍ରାମବାସୀ ଓ ଜନ ପ୍ରତିନିଧି ଉଭୟ ମନ୍ତ୍ରୀଙ୍କୁ ଉପଢୌକନ ସହିତ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଆମ୍ଭକୁ ଯୋଗ୍ୟ ବିବେଚନା କରି ଜନମାନସ ର ସେବା କରିବାର ସୁଯୋଗ ଦେଇଥିବାରୁ ଆମ୍ଭେ ତାଙ୍କ ଠାରେ କୃତଜ୍ଞ ବୋଲି କହିବା ସହିତ ଅଞ୍ଚଳ ବାସୀଙ୍କ ପାଇଁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ଅହରହ ଉଦ୍ୟମ ଜାରିରଖି ଅନୁଦାନ ଆଣି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗେଇ ନେଉଥିବାରୁ ଦୁଇମନ୍ତ୍ରୀ ପ୍ରସଂଶା କରିଥିଲେ !ବର୍ତ୍ତମାନ ଏହି ଅଞ୍ଚଳ ଜନସାଧାରଣ ଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀଦ୍ବୟ ପ୍ରକାଶ କରିଥିଲେ !କୋଦଳା ଠାରେ ସମ୍ବର୍ଦ୍ଧିତ ହେବାପରେ ଉଭୟ ମନ୍ତ୍ରୀ ମହୋଦୟଙ୍କୁ ଜୋନ ନଂ ୪୫ ଓ ୪୬ ଜନ ପ୍ରତିନିଧି ନିମନ୍ତ୍ରିତ କରି ଏସ ଛଚିନା ଓ ସଣ୍ଢମୂଳ ପଞ୍ଚାୟତ ଠାରେ ସ୍ୱାଗତ କରି ସମ୍ବର୍ଦ୍ଧିତ କରିଥିଲେ !ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା,ବ୍ଲକ ଅଧ୍ୟଖ୍ୟା ଶ୍ରୀମତୀ ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,କଲ୍ୟାଣୀ ପାତ୍ର,ବିନୋଦିନୀ ସ୍ୱାଇଁ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସରପଞ୍ଚ, ସମିତିସଭ୍ୟ, କାଉନସିଲର ଓ ଜନପ୍ରତିନିଧି ଉପସ୍ଥିତ ଥିଲେ !

















