ବ୍ରହ୍ମପୁର,୨୬/୬(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଆଙ୍କୁଶପୁର ସ୍ଥିତ ଏକ ଭଡ଼ାଘରେ ପୋଲିସର ଚଢ଼ଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ କଞ୍ଚାମାଲ ଜବତ ଓ ଉକ୍ତ ଘଟଣାରେ ୨ ଗିରଫ । ସେମାନେ ହେଲେ ବ୍ରହ୍ମପୁର ବଡ଼ବଜାର କାଳୁପାତ୍ରସାହିର ରବୀନ୍ଦ୍ର ସାହୁ ଓ ଆସିକାର ବାବନପୁର ଗ୍ରାମର ଯୋଗେନ୍ଦ୍ର ସାହୁ । ଏବଂ ସେଠାରେ ବେଆଇନ ଭାବେ ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରୁଥିଲେ ।

















