କୋଦଳା,୨୩/୬(ସୂର୍ଯ୍ୟ ନାରାୟଣ ବଡୁ):-କୋଦଳା ତହସିଲ ଓ ଏନଏସି ରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପହଞ୍ଚି ବିଭିନ୍ନ ବିଷୟରେ ସମୀକ୍ଷ୍ୟା କରି ଗତ ବୁଧବାର ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ତହସିଲଦାର ସଶ୍ମିତା ଶତପଥୀ ବିଧାୟିକାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇ କାର୍ଯ୍ୟାଳୟ ମଧ୍ୟକୁ ପାଛୋଟି ନେଇଥିଲେ,! ବିଧାୟିକା କାର୍ଯ୍ୟାଳୟ ମଧ୍ୟରେ ସମସ୍ତ କର୍ମକର୍ତ୍ତା ଙ୍କ ସହିତ ବିଭିନ୍ନ ବିଷୟ ରେ ଆଲୋଚନା କରିବା ସହିତ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ! ଜନସାଧାରଣଙ୍କ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଆମ କାର୍ଯ୍ୟାଳୟ ସଦା ସର୍ବଦା ତତ୍ପର ବୋଲି କହିଥିଲେ ତହସିଲଦାର ଏହି ବୈଠକ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ! ନିର୍ମାଣଧୀନ ଇଣ୍ଡୋରଷ୍ଟାଡିୟମ ମଧ୍ୟ ଦେଖିଥିଲେ !ସେଠାରୁ ଫେରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ବିଭିନ୍ନ ସମସ୍ୟା ବୁଝିବା ସହିତ ରୋଗୀ ମାନଙ୍କୁ ଯଥା ସମ୍ଭବ ମାଗଣା ଔଷଧ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ମେଡିକାଲ ରେ ଯୋଗଦେଇଥିବା ଦୁଇ ଡାକ୍ତର ଙ୍କ ସହିତ ଆଲୋଚନା କରିଥିଲେ ମେଡିକାଲ ମଧ୍ୟରେ ଜେନେରେଟର ର ଆବଶ୍ୟକତା ଥିବାରୁ ଖୁବଶୀଘ୍ର ଏକ ଉଚ୍ଚଶକ୍ତି ସମ୍ପନ୍ନ ଜେନେରେଟର ଯୋଗାଇଦେବା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ !
ସେହିପରି ଏନଏସି କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସଶ୍ମିତା ଶତପଥୀ ନିଜର କର୍ମଚାରୀଙ୍କ ସହ ବିଧାୟିକାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ !ପୌର ଯନ୍ତ୍ରୀ ସଲା ସଙ୍ଗୀତା ଟୁଡୁ ସମେତ ସହାୟକ ଯନ୍ତ୍ରୀ ସୁଧାକର ଦାଶ ଉପସ୍ଥିତ ଥିଲେ !ଅପେକ୍ଷ୍ୟା ରେ ଥିବା ଜନସାଧାରଣ ସେମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଧାୟିକାଙ୍କୁ କହିଥିବା ବେଳେ ଆବାସ ଯୋଜନା ଓ ବର୍ଷା ଜଳ ପ୍ରକଳ୍ପ ର ଘୋଟାଲା କୁ ନେଇ କାଉନସିଲର ମାନେ ଅଭିଯୋଗ କରିଥିଲେ ! ଏନଏସି ର ବିଭିନ୍ନ ସମସ୍ୟା ତଥା ମୁକ୍ତା ଘୋଟାଲା କୁ ନେଇ ବିଧାୟିକା ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ !ମୋ ଅଜାଣତ ରେ ଫର୍ଜରୀ କରି ମୋର ଦସ୍ତଖତ ଥିବା ୱାର୍କ ଅର୍ଡର କୁ ଟେମ୍ପରିଙ୍ଗ କରିଥିବା ଜାଣିଵା ପରେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ !ଦୁର୍ନୀତି କୁ ପ୍ରଶ୍ରୟ ନ ଦେଇ ନିଜର ଦକ୍ଷତା ପ୍ରତିପାଦନ କରିଥିବାଏନଏସି ର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ କୁ ପ୍ରସଂଶା କରିଥିଲେ ବିଧାୟିକା !ଏହି ସମୀକ୍ଷ୍ୟା ବୈଠକ ରେ କାଉନସିଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ, ସିମାଞ୍ଚଳ ଖଟେଇ, ଜିତେନ୍ଦ୍ର ପ୍ରଧାନ, ସୁନିତା କାର୍ଜି ପ୍ରମୁଖ ଉପସ୍ଥିତ ଥିଲେ l


















