ବ୍ରହ୍ମପୁର,୨୨/୬(ଋଷିକେଶ ବେହେରା):-ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପୁରୁଣା ବ୍ରହ୍ମପୁର ପରିସର ମଧ୍ୟରେ ନାବାର୍ଡ ଓ ବିସ୍ମୟ ସ୍ୱେଚ୍ଛାସେବୀ ସଂଗଠନ, ବ୍ରହ୍ମପୁର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାବାର୍ଡର ଡି.ଡି.ଏମ ଡ଼ ସଂଜୀବ ମିଶ୍ର ଏବଂ ବିସ୍ମୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ବିମଳ ପଟ୍ଟନାୟକ ଯୋଗର ଗୁରୁତ୍ୱ ଉପଲବ୍ଧୀ କରାଇଥିଲେ । ପତଞଳି ଯୋଗ ପ୍ରଶିକ୍ଷକ ଜଗନ୍ନାଥ ପାଣିଗ୍ରାହୀ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଏବଂ ଯୋଗକୁ ଦୈନନ୍ଦିନ ଜୀବନରେ ପାଳନ କରି ଏକ ସୁସମାଜ ସଂଗଠନ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମର ସଭାପତି ଥିଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରମିଳା କୁମାରୀ ପଟ୍ଟନାୟକ ଏବଂ ସହଯୋଗ କରିଥିଲେ ଶ୍ରୀମତୀ ଜ୍ୟେସ୍ନାରାଣୀ ପାଢୀ । ସ୍କୁଲର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

















