କୋଦଳା,୨୧/୬(ସୂର୍ଯ୍ୟ ନାରାୟଣ ବଡୁ):-ବାଲ୍ୟ ବିବାହ କାର୍ଯ୍ୟକୁ ବନ୍ଦ କରିଛନ୍ତି ବେଗୁନିଆପଡା ବ୍ଲକ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ! ସୂଚନା ପ୍ରକାରେ ଗୌରାଦେଇପୁର ପଠାଣ ସାହି ବାସିନ୍ଦା ନୁରମିଆଁ ଙ୍କ ପୁତ୍ର ମଦର ମିଆଁର ବିବାହ କାର୍ଯ୍ୟକ୍ରମ ସେହି ଗ୍ରାମର ଝୁରା ମିଆଁ ଙ୍କ କନ୍ୟା ନନ୍ଦିନୀ ସହିତ ହେଉଥିବାର କୌଣସି ସୂତ୍ର ରୁ ଖବରପାଇ ବାଲ୍ୟବିବାହ ନିରୋଧ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ କୋଦଳା ସେକ୍ଟର ସୁପରଭାଇଜର କମଳ ପଟ୍ଟନାୟକ, ଗୀତା ଦାଶ, ସୁଲୋଚନା ଦାସ, ସଚ୍ଚିଦା ଦାସ,ଅଙ୍ଗନୱାଡି କର୍ମୀ ରଶ୍ମିତା ଡାକୁଆ ପ୍ରମୁଖ କୋଦଳା ପୋଲିସ ର ସହାୟତା ନେଇ ସେହି ବିବାହ କାର୍ଯ୍ୟକ୍ରମ ରେ ପହଞ୍ଚିଥିଲେ !ବର କନ୍ୟା ଙ୍କ ଆଧାର କାର୍ଡ ଯାଞ୍ଚ କରିବା ପରେ ଉକ୍ତ ଝିଅ ନନ୍ଦିନୀ ର ବୟସ ୧୭ ବର୍ଷ ୬ ମାସ ହୋଇଥିବାରୁ ଏହା ବେଆଇନ, ଏଣୁ ଏହି ବିବାହ କାର୍ଯ୍ୟ ହୋଇପାରିବ ନାହିଁ ,ବୋଲି ସେହି ଟିମ କହିବା ପରେ ସ୍ଥାନୀୟ ବାସିନ୍ଦା ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତି ରେ ଝିଅ କୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହକାର୍ଯ୍ୟ କୁ ବନ୍ଦ କରାଗଲା ବୋଲି ବରପକ୍ଷ୍ୟ ଓ କନ୍ୟାପକ୍ଷ୍ୟ ଅଲଗା ଅଲଗା ଲିଖିତ ନିବେଦନ ପତ୍ର ପ୍ରଦାନ କରିଛନ୍ତି !

















