ବ୍ରହ୍ମପୁର ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟରେ କର୍କଟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

125
ADVERTISEMENT

ବ୍ରହ୍ମପୁର,୧୯/୬(ଡି.ଏଚ ବ୍ୟୁରୋ):-ସ୍ଥାନୀୟ ବ୍ରହ୍ମପୁର ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ କାଁହୁଚରଣ ପାଢୀଙ୍କ ଅଧ୍ୟକ୍ଷତାରେ କର୍କଟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କଟକ ପଣ୍ଡାକ୍ୟୁରି ହସପିଟାଲର ଡକ୍ଟର ମଞୁନାଥ କର୍ମଶାଳାରେ ସାଧନା ପୁରୁଷ ଭାବେ ଛାତ୍ରୀମାନଙ୍କୁ ବିଶେଷତଃ ସ୍ତନ ଓ ଗର୍ଭାଶୟ କର୍କଟର କାରଣ, ଲକ୍ଷଣ ଓ ନିରାକରଣ ସମ୍ବନ୍ଧରେ ସଚେତନ କରାଇଥିଲେ । ମୋ କଲେଜ ଅଭିଯାନର ସଂଯୋଜକ ଡ଼ ରବିନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଭାଷଣ ଏବଂ ଆଇକ୍ୟୁଏସି ସଂଯୋଜକ ଡ଼. ଭରତାର୍ଷବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ ଯେ ଡ଼ ପାଢୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଯୋଗଦେବା ପରେ ପରିପାର୍ଶ୍ୱର ଉନ୍ନତି ସମେତ ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଯୋଗୁଁ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Advertisement