କୋଦଳା,୧୦/୬(ସୂର୍ଯ୍ୟ ନାରାୟଣ ବଡୁ ):-ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବତନ ବିଧାୟିକା ସୁଜ୍ଞାନ ଦେଓ ଙ୍କ ୮୫ ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଏକ ପ୍ରସ୍ତୁତି ବୈଠକ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନ ରେ ହୋଇଯାଇଛି! ଏବଂ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଗୋଟିଏ ଜାଗାରେ ନ କରି ୬ଟି ପର୍ଯ୍ୟାୟରେ ବିଭିନ୍ନ ପଞ୍ଚାୟତରେ ହେବାକୁ ସ୍ଥିର କରା ଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି, ଉପାଧ୍ୟକ୍ଷ୍ୟ,ବିଜେଡି ବ୍ଲକ ସଭାପତି ,ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ବିଗତ ବର୍ଷ ୫ଟି ପର୍ଯ୍ୟାୟରେ ହୋଇଥିବା ବେଳେ ଏହି ବର୍ଷ ୬ଟି ପର୍ଯ୍ୟାୟରେ ହେବାକୁ ଯାଉଛି ! “ରକ୍ତଦାନ ମହତ ଦାନ “ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିବା ପାଇଁ ଜନସାଧାରଣ ଆଗେଇ ଆସନ୍ତୁ ଏଵଂ ରକ୍ତଦାନ କରି ନିଜେ ସୁସ୍ଥ ରହିବା ସହିତ ଅନ୍ୟର ଜୀବନ ବଞ୍ଚାଇବାରେ ସାହାଯ୍ୟ କରନ୍ତୁ ବୋଲି ବିଧାୟିକା ପରାମର୍ଶ ଦେଇଥିଲେ !

















