ଭୁବନେଶ୍ୱର,୧୦/୬(ଡି.ଏଚ ବ୍ୟୁରୋ):-ମାଡ଼ି ଆସୁଛି କରୋନା ଚତୁର୍ଥ ଲହର । ଫଳରେ ଜନସାଧାରଣଙ୍କୁ ଡ଼ରାଇଲାଣି ସଂକ୍ରମଣ ଭୟ । ଏବଂ ଗତ ୨ ସପ୍ତାହ ଭିତରେ ସଂକ୍ରମଣ ବୃଦ୍ଧି ପାଇ ଥିବାବେଳେ ଦେଶରେ ଗତ ୨୪ଘଣ୍ଟା ଭିତରେ ୭,୨୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ।
















