ଷଣ୍ଢ ଆକ୍ରମଣ ରେ ଗାଈ ଚରାଳି ମୃତ!

119
ADVERTISEMENT

କୋଦଳା,୮/୬(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ସବଜୈଲ ନିକଟସ୍ଥ ଡାକବଙ୍ଗଳା ନିକଟ ରେ ଆଜି ସକାଳୁ ଗୋଲାସାହିର ଗାଇଚରାଳି ବଳିଆ ଗୌଡ଼ ଗାଈ ଚରାଇବା ପାଇଁ ଯିବା ସମୟରେ ହଠାତ ଏକ ବୁଲା ଷଣ୍ଢ ବଳିଆଙ୍କୁ ବାରମ୍ବାର ଆକ୍ରମଣ କରିଥିଲା । ଯାହା ଫଳରେ ବଳିଆ ଗୁରୁତର ଆହତ ହୋଇ ସେଠାରେ ପଡିଥିଲା !

ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ବଳିଆ ର ଛାତି ଏବଂ ଯୌନାଙ୍ଗ ରେ ଗଭୀର କ୍ଷତ ଶୃଷ୍ଟି ହୋଇଥିବାରୁ ସେଠାରେ ପ୍ରାଥମିକ ଚିକତ୍ସା କରାଯାଇ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ! କିନ୍ତୁ ବଡ଼ ମେଡିକାଲ ରେ ଚିକିତ୍ସା ଅବସ୍ଥାରେ ହିଁ ବଳିୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସ୍ଥାନୀୟ କାଉନସିଲର ମନୋରଞ୍ଜନ ଡାକୁଆ ପାଖେ ପାଖେ ରହି ସମସ୍ତ ବିଷୟ ବୁଝୁଥିବା ଜଣାପଡୁଛି ! ବଳିଆ ର ବାପା ମୃତ୍ୟୁ ବରଣ କରିଥିବାରୁ ମା ସହିତ ରହୁଥିଲା,ସେ ଗାଇଚରାଇ ଯାହା ରୋଜଗାର କରୁଥିଲା ମା ପୁଅ ଚଳୁଥିଲେ !ଉକ୍ତ ଗରିବ ପରିବାର କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସହିବାସିନ୍ଦା ଅନୁରୋଧ କରିଛନ୍ତି !ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଇ ଷଣ୍ଢ ଟି ବୋହୁ ଲୋକଙ୍କୁ ଆକ୍ରମଣ କରିସାରିଲାଣି ।

Advertisement