ମହା ଆଡମ୍ବରରେ ଶେଷ ହେଲା ଶିବବିବାହ l

163
ADVERTISEMENT

କୋଦଳା,୦୫/୬(ସୂର୍ଯ୍ୟ ନାରାୟଣ ବଡୁ):-ବହୁ ଆଡମ୍ବର ସହିତ ରୀତିନୀତି ଅନୁଯାଇ ଶେଷ ହେଲା ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ! କୋଦଳା ବିଜେ ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ଶୁଭ ବିବାହ ଉତ୍ସବ ସମାପନ ହୋଇଯାଇଛି ! ଦଣ୍ଡିଶ୍ୱର ମନ୍ଦିର ପ୍ରଶାସନ,ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ସହାୟତା ରେ ବିଜେ ପ୍ରତିମା ମହାପ୍ରଭୁ ଚନ୍ଦ୍ର ଶେଖର ହଜାର ହଜାର ବରଯାତ୍ରୀ (ଭକ୍ତ )ଙ୍କ ସହିତ ଏକ ସୁ ସଜ୍ଜିତ ରଥ ଉପରେ ଡିଜେ, ଢୋଲ, ଘଣ୍ଟ ମୃଦଙ୍ଗ ର ତାଳେ ତାଳେ ଦଶଅବତାର ସମେତ ବିଭିନ୍ନ ବେଶ ମନ୍ଦିର ପ୍ରାଙ୍ଗଣରୁ ବାହାରି ବିଭିନ୍ନ ସାହି ପରିକ୍ରମା କରି ଯାତ୍ରାପଦା ଠାରେ କିଛି ସମୟ ରହି କନ୍ୟାପିତାଙ୍କ ବାସଭବନରେ ପହଞ୍ଚି ଆଳିପଣା କାର୍ଯ୍ୟକ୍ରମ ଶେଷ କରି ଅଖଣ୍ଡ ନାମଜଜ୍ଞ ମଣ୍ଡପ ନିକଟରେ ବାଟ ବରଣ ସାରି ବିବାହ ମଣ୍ଡପ ରେ ପଦାର୍ପଣ କରିଥିଲେ !

ପୂର୍ବ ଦିନ ବିଶ୍ୱନାଥ ପାତ୍ର ଙ୍କ ଘରୁ ଅଣାଯାଇଥିବା ବଉଳପାଟ୍ଟ ଦ୍ୱାରା କନ୍ୟା ବେଶ ରେ ସଜ୍ଜିତ ମାତା ପାର୍ବତୀଙ୍କ ସହିତ ବାବା ଚନ୍ଦ୍ର ଶେଖର ଙ୍କ ହସ୍ତଗ୍ରନ୍ଥି କାର୍ଯ୍ୟକ୍ରମ ମନ୍ଦିର ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ ଙ୍କ ସମେତ ବିଦ୍ୱାନ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ରେ ସମାପନ ହୋଇଥିଲା !କନ୍ୟାଯାତ୍ରୀ ଭକ୍ତ ମାନେ ଯୌତୁକ ମଧ୍ୟ ପ୍ରଦାନ କରିଥିଲେ !ବିବାହ କାର୍ଯ୍ୟକ୍ରମ ପରେ ଭୋଜି ଭାତର ଆୟୋଜନ କରାଯାଇଥିଲା ଅତ୍ୟଆଧୁନିକ ଆତସବାଜି ଆକର୍ଷଣୀୟ ହୋଇଥିଲା !ବରପିତା ଭାବେ ମୃତ୍ୟୁଞ୍ଜୟ ମିଶ୍ର ଓ କନ୍ୟାପିତା ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟ ସମ୍ପାଦନା କରିଥିଲେ !ମହାପ୍ରଭୁ ଗ୍ରାମ ପରିକ୍ରମା କରିବା ସମୟ ରେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା!ସେହିପରି ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର, ଫାସି ମାଣିକେଶ୍ୱର,ବରିଡା ଅମରେଶ୍ୱର, ସାଳବଣ ସିଦ୍ଧେଶ୍ୱର ଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !

Advertisement