ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗାଁ ସାଥି ସଙ୍ଘ l

135
ADVERTISEMENT

କୋଦଳା,୦୫/୬(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗାଁ ସାଥି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଦାବି ସମ୍ବଳିତ ପତ୍ର ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ପ୍ରଦାନ କରିଛନ୍ତି ! ସଂଘର ସଭାପତି ରବୀନ୍ଦ୍ର ନାଥ ଗୌଡ଼ ଓ ସମ୍ପାଦକ ଚରଣ ନାୟକ ଙ୍କ ତତ୍ୱାବଧାନରେ ବେଗୁନିଆପଡା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିସରରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପରେ ଏକ ରାଲିରେ ବ୍ଲକ କୁ ଯାଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ !

ସେମାନଙ୍କ ଦାବିଗୁଡିକ ହେଲା ୨୦୦୮ ମସିହାରୁ ନ୍ୟାୟ ଆଶାୟୀ ଗାଁ ସାଥି ମାନଙ୍କୁ କାର୍ଯ୍ୟ ସ୍ଥଳରେ ନ୍ୟାଶନାଲ ମୋବାଇଲ ମନିଟରିଙ୍ଗି ସିଷ୍ଟମରେ ଫୋଟ କ୍ୟାପାଚେରିଙ୍ଗ କରିବା ସହ ଆଟେଣ୍ଡାନସ ପକାଇବା ପାଇଁ ସୁନିଶ୍ଚିତ ନିର୍ଦେଶ ଦିଆଯାଉ, ସିମି ସ୍କିଲଡ଼ ପ୍ରାପ୍ୟ ଲେବର ପେମେଣ୍ଟ କରାଯାଉ, ଗାଁ ସାଥି ଙ୍କ ନାମରେ ନିର୍ଦ୍ଧିଷ୍ଟ କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ କରାଯାଉ ! ଉକ୍ତ ଦାବି ଗୁଡିକ ବିଚାର କରି ଆବଶ୍ୟକ ପ୍ରଶାସନିକ ସମାଧାନ କରିବା ପାଇଁ ନିବେଦନ କରିଥିବା ଜଣାଅପଡ଼ିଛି !

Advertisement