ବେଗୁନିଆପଡା ବ୍ଲକ କାଳିମେଘି ଠାରେ ଲଗାତାର ଦ୍ଵିତୀୟବାର ମାଗଣା ଚକ୍ଷ୍ୟୁଚିକିତ୍ସା ଶିବିର ଅନୁଷ୍ଠିତ |

128
ADVERTISEMENT

କୋଦଳା,୨୮/୫(ସୂର୍ଯ୍ୟ ନାରାୟଣ ବଡୁ):-ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ନିକଟରେ ଆୟୋଜିତ ହୋଇଥିବା ଚକ୍ଷ୍ୟୁ ଚିକିତ୍ସା ସମେତ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ଅନେକ ବୃଦ୍ଧ/ବୃଦ୍ଧା ଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା କରାଯାଇଥିଲା, ସ୍ୱତ ପ୍ରବୃତ୍ତ ଭାବେ ବହୁ ଚକ୍ଷୁ ରୋଗୀ ଉକ୍ତ ଶିବିରରେ ଉପସ୍ଥିତ ରହି ମାଗଣା ଚିକିତ୍ସା ଲାଭ କରିଥିଲେ |ଏହି ଶିବିର କୁ ଆସିକା ସାଂସଦ ପ୍ରମିଳା ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆୟୋଜକ, ରକ୍ତଦାତା ଏବଂ ଚକ୍ଷ୍ୟୁ ରୋଗୀଙ୍କୁ ଉତ୍ସାହିତ କରିଥିଲେ କିନ୍ତୁ ସମୟ ଅଭାବ ରୁ ବହୁ ଚକ୍ଷୁରୋଗୀ ଚିକତ୍ସା ସୁବିଧା ପାଇପାରି ନଥିଲେ !ତେଣୁ ଦ୍ୱିତୀୟ ଥର ଲାଗି ଏହି ଶିବିର ଆୟୋଜିତ ହୋଇଥିବାରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ନିଜର ଚିକିତ୍ସା କରାଇଥିଲେ |

କାଳିମେଘି ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ଙ୍କ ନିର୍ବାଚନ ପ୍ରତିଶୃତି ସହିତ ତାଙ୍କ ସ୍ୱାମୀ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ ଙ୍କ ସେବା ମନୋବୃତ୍ତି ଏବେ ସ୍ଥାନୀୟ ଅଂଚଳରେ ବେଶ ଆଦୃତ ଲାଭ କରିଛି | ପଂଚାୟତ ରେ କେହିବି ବୃଦ୍ଧ ମା,ବାପାଙ୍କର ଯେମିତି ଚକ୍ଷୁ ଜନିତ କୌଣସି ଅସୁବିଧା ରହିବ ନାହଁ ସେନେଇ ଏହି ଛୋଟିଆ ପ୍ରୟାସ ବୋଲି କହିଛନ୍ତି ସରପଞ୍ଚ ଶ୍ରୀମତୀ ତ୍ରିପାଠୀ |ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଉକ୍ତ ଶିବିରରେ ପଞ୍ଚାୟତର ଅନେକ ସ୍ବେଛାସେବୀ ସ୍ୱତପ୍ରବୃତ୍ତ ଭାବେ ନିୟୋଜିତ ରହି ସେବା ଯୋଗାଇବା ସହିତ ଉପସ୍ଥିତ ଲୋକଙ୍କ ପାଈଁ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ରେ ସହଯୋଗ କରିଥିଲେ | ନିର୍ବାଚନ ପରଠାରୁ ନିଜ ପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ ଗୁପେ ଗଢି ତୋଳିବା ସହିତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ର ସମସ୍ୟା ଦୂର କରିବା ପାଈଁ ସରପଞ୍ଚ ଦମ୍ପତି ଙ୍କ ଅହରହ ପ୍ରୟାସ ଜାରୀ ରହିଥିବା ମଧ୍ୟ ଦେଖିବାକୁ ମିଳିଛି | ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଞ୍ଚାୟତବାସୀ ଙ୍କୁ ଉତ୍ତମ ସେବା ଯୋଗାଇ ଦିଆ ଯିବାରେ ସରପଞ୍ଚ ଙ୍କ ଉଦ୍ୟମକୁ ପଂଚାୟତବାସୀ ସାଧୁବାଦ ଜଣାଇଛନ୍ତି |ସମିତି ସଭ୍ୟା ଶ୍ରୀମତୀ ନୟନୀ ଗୌଡ଼ ମଧ୍ୟ ସେମାନଙ୍କ ସାଥିରେ ସେବା ଯୋଗାଇ ଦେଉଛନ୍ତି ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସଦସ୍ୟ ବ, ଅମର ଜେନା,ରାଧାଶ୍ୟାମ ଗୌଡ଼, ଶିବାନନ୍ଦ ମହାରଣା,ପ୍ରଫୁଲ କୁମାର ପାଢ଼ୀ, ଯଟେଶ୍ୱର ଦାସ,ତ୍ରିଲୋଚନ ଗୌଡ଼,ବଂଶୀଧର ଜେନା,କାଳୁ ଚରଣ ସାହୁ,ରାଜେନ୍ଦ୍ର ଭୂୟାଁ, ରାମଚନ୍ଦ୍ର ଦାସ,କୁମର ଜେନା ପ୍ରମୁଖ ସହଯୋଗ କରିଥିଲେ!ଏହି ଚକ୍ଷୁ ଚିକିତ୍ସା ଶିବିରରେ ହିଞ୍ଜିଳିକାଟୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମେତ ସାଇଟ ସେଭରସ ଇଣ୍ଟେର୍ନେସନାଲ ର ଡାକ୍ତର ନଳିନୀ କାନ୍ତ ରାଉତ, ମୋନାଲିସା ଭୋଳ,ସାଗର ପୃଷ୍ଟି, ମୁକେଶ ପାଣିଗ୍ରାହୀ, ମିସ ଟ୍ୱିଙ୍କିଲ,ଇ.ସାକିଲି ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ଚିକତ୍ସା ରେ ସହଯୋଗ କରିଥିଲେ !

Advertisement