ଭୁବନେଶ୍ୱର ,୨୪/୫(ଡି.ଏଚ ବ୍ୟୁରୋ):-ରାଜ୍ୟରେ ତାତି କମିବା ସହ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ସମ୍ଭାବନା । ଏ ନେଇ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି । ସେହିଭଳି ଭୁବନେଶ୍ୱର, କଟକ, ଗୋପାଳପୁର, ପୁରୀ, ଭଦ୍ରକ, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀରୁ କମ୍ ଥିବାବେଳେ ଟିଟିଲାଗଡ଼ ଓ ବୌଦ୍ଧର ସର୍ବାଧିକ ତାପମାତ୍ରା ୪୨.୫ଡିଗ୍ରୀ କୁ ବୃଦ୍ଧି ।
















