କୋଦଳା,୨୦/୫(ସୂର୍ଯ୍ୟ ନାରାୟଣ ବଡୁ):-ଗୁରୁବାର ବେଗୁନିଆପଡା ସମନ୍ୱିତ ଶିଶୁଵିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମେତ ଦୁଇଗୋଟି ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଶେଖ l ବେଗୁନିଆପଡା ୧ କେନ୍ଦ୍ରରେ ଚାଲିଥିବା “ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷ୍ୟା “କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ମାନଙ୍କ କିପରି ଯତ୍ନ ନିଆଯାଉଛି ଓ ଶିକ୍ଷ୍ୟା ଦିଆଯାଉଛି ତାକୁ ଅନୁଧ୍ୟାନ କରିଥିଲେ l
ତାହା ସହିତ ମଠ ବରିଡା ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି “ଓଜନ ଉତ୍ସବ “ରେ ଯୋଗଦେଇ ଶିଶୁମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ଓ ଖୁସିବ୍ୟକ୍ତ କରିବା ସହିତ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ କୋଦଳା ତହସିଲଦାର ସଶ୍ମିତା ଶତପଥୀଙ୍କୁ ଡକାଇ ବିବାଦୀୟ ଜାଗାରେ ଅଙ୍ଗନୱାଡି ଓ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ଜାଗା ଚି଼ହ୍ନଟ, ପାଣି, ବିଜୁଳି ସମସ୍ୟାର ସମାଧାନ କରିବା ସହିତ ଅଞ୍ଚଳ ରେ ବାଲ୍ୟ ବିବାହ ରୋକିବା ପାଈଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ l ପରେ ପରେ ଶିଶୁ ବିକାଶ କାର୍ଯ୍ୟଳୟ ରେ ପହଞ୍ଚି ବାର୍ଷିକ ସମୀକ୍ଷ୍ୟା କରି ଫେରିଥିଲେ l ବର୍ତ୍ତମାନ ଠାରୁ ପ୍ରତ୍ୟକ ମାସ ର ୧୯ ତାରିଖକୁ ପ୍ରତ୍ୟକ ଅଙ୍ଗନୱାଡି କେନ୍ଦ୍ର ରେ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ “ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷ୍ୟା” କାର୍ଯ୍ୟକ୍ରମ ଆୟୋଜିତ ହେବବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ସିଡିପିଓଙ୍କ ସମେତ ସମସ୍ତ ସୁପରଭାଇଜର ଉପସ୍ଥିତ ଥିଲେ l

















