ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଋଷିକୁଲ୍ୟା ନଦୀ ପାର୍ଶ୍ବର ଉନ୍ନତୀକରଣ ନିମନ୍ତେ ଉଦ୍ୟାନ ଓ ସୌନ୍ଦର୍ଯ୍ୟୀକରଣ, ଏବଂ ମନ୍ଦିର ଚତୁଃପାର୍ଶ୍ବରେ ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

115
ADVERTISEMENT

ଗଞ୍ଜାମ,୧୯/୫(ଡି.ଏଚ୍ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବଂ ଏକ ସାଧାରଣ ସଭାରେ ଯୋଗଦାନ କରି ଋଷିକୁଲ୍ୟା ନଦୀ ପାର୍ଶ୍ବର ଉନ୍ନତୀକରଣ ନିମନ୍ତେ ୨୮କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁଥିବା ଉଦ୍ୟାନ ଓ ସୌନ୍ଦର୍ଯ୍ୟୀକରଣ, ଏବଂ ମନ୍ଦିର ଚତୁଃପାର୍ଶ୍ବରେ ୧୫କୋଟି ଟଙ୍କା ବିନିମୟରେ ହେବାକୁ ଥିବା ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisement